ସମୁଦୁଣୀକୁ ନେଇ ସମୁଦୀ ଫେରାର

ପୁଅ-ଝିଅଙ୍କ ବହାଘର ବନ୍ଦ

ସୁରତ : ବର ଓ କନ୍ୟାଙ୍କ ବାହାଘର ପୂର୍ବରୁ ବରର ପିତା କନ୍ୟାର ମା’କୁ ନେଇ ଫେରାର ହୋଇଥିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଗୁଜରାଟ ସୁରତ ସହରରେ ରହୁଥିବା ଜଣେ ବ୍ୟବସାୟୀଙ୍କର ପୁଅ ସହିତ ନାଭସାରିରେ ରହୁଥିବା ଅନ୍ୟ ଜଣେ ବ୍ୟବସାୟୀଙ୍କ ଝିଅ ସହିତ ବାହାଘର ସ୍ଥିର ହୋଇଥିଲା। ଫେବୃଆରୀ ଦ୍ବିତୀୟ ସପ୍ତାହରେ ପୁଅ ଓ ଝିଅଙ୍କର ବାହାଘର ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା। ବାହାଘର ପୂର୍ବରୁ ବରର ପିତା (୪୮) କନ୍ୟାର ମାତା (୪୬)କୁ ନେଇ ଫେରାର ହୋଇଯାଇଛି। ଜାନୁଆରୀ ୧୦ ତାରିଖରୁ ସମୁଦୁଣୀକୁ ନେଇ ସମୁଦୀ ଫେରାର ହୋଇଯାଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାଯାଇଛି। ସମୁଦୀ ଓ ସମୁଦୁଣୀଙ୍କ ଏପରି କାର୍ଯ୍ୟ ପରେ ପୁଅ ଓ ଝିଅଙ୍କର ବାହାଘର ସ୍ଥଗିତ ରଖାଯାଇଛି।

Comments are closed.