ନାଗରିକତା ଆଇନ କାର୍ଯ୍ୟକାରୀରେ ଗୁଜରାଟ ହେବ ପ୍ରଥମ ରାଜ୍ୟ: ଆଜି ୩୫୦୦ ହିନ୍ଦୁ ଶରଣାର୍ଥୀଙ୍କ ପଞ୍ଜୀକରଣ ହେବ

ଗାନ୍ଧୀନଗର: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶବ୍ୟାପୀ ହିଂସା ଜାରି ରହିଥିବାବେଳେ ଗୁଜରାଟ ଦେଶର ପ୍ରଥମ ରାଜ୍ୟ ଭାବେ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛି। ଶୁକ୍ରବାରଠାରୁ ଗୁଜରାଟରେ ଏହି ଆଇନ କାର୍ଯ୍ୟକାରୀ ହେବ। ଆଇନ ଅଧୀନରେ ୩୫୦୦ ହିନ୍ଦୁ ଶରଣାର୍ଥୀଙ୍କର ନାଗରିକତା ପଞ୍ଜୀକରଣ କରାଯିବ। ଏହି ଶରଣାର୍ଥୀମାନେ ପାକିସ୍ତାନରୁ ଆସି ଗୁଜରାଟର ଗାନ୍ଧୀ ଧାମ ଏବଂ କଚ୍ଛରେ ରହୁଛନ୍ତି। ପଞ୍ଜୀକରଣ ସମୟରେ କେନ୍ଦ୍ର ମନ୍ତ୍ରୀ ମନସୁଖ ମଣ୍ଡଭିୟା ମଧ୍ୟ ଉପସ୍ଥିତ ରହିବେ।

ସୂଚନା ଅନୁସାରେ ପାକିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀମାନେ ଗୁଜରାଟର କଚ୍ଛ, ମୋରବୀ, ରାଜକୋଟ ଏବଂ ବନାସକାଣ୍ଠା ଅଞ୍ଚଳରେ ରହୁଛନ୍ତି। ଏମାନଙ୍କ ନାମ ପଞ୍ଜୀକରଣ ପରେ ତାହାକୁ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟକୁ ପଠାଯିବ। ଦେଶର ପ୍ରଥମ ରାଜ୍ୟ ଭାବେ ଗୁଜରାଟ ସିଏଏ ଅଧୀନରେ ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରିବ। ଅଧିକାଂଶ ଶରଣାର୍ଥୀ ସୋଢ଼ା ରାଜପୁତ ସମାଜର। ଏମାନେ ସମସ୍ତେ ଗୁଜରାଟୀ ଭାଷା କୁହନ୍ତି। ହିନ୍ଦୁ ସମ୍ପ୍ରଦାୟର ହୋଇଥିବାରୁ ଏହି ଶରଣାର୍ଥୀମାନଙ୍କୁ ପାକିସ୍ତାନରୁ ତଡ଼ି ଦିଆଯାଇଥିଲା। ସେମାନେ ଜୀବନ ବିକଳରେ ଭାରତରେ ଆସି ଶରଣ ନେଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ୧୫-୨୦ ବର୍ଷ ଧରି ଏଠାରେ ରହିଆସୁଛନ୍ତି।

Comments are closed.