ଗୋଧରା ହିଂସା ମାମଲାର ଶୁଣାଣି ୧୯କୁ ଘୁଞ୍ଚିଲା

0

ନୂଆଦିଲ୍ଲୀ: ଗୁଜରାଟ ଗୋଧରା ହିଂସାକାଣ୍ଡ ଘଟଣାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିର୍ଦୋଶ ରାୟ ପ୍ରଦାନ କରିଥଲା ଉଚ୍ଚ ନ୍ୟାୟାଳୟ। ଏହି ଏସଆଇଟି ତଦନ୍ତକୁ ଚ୍ୟାଲେଞ୍ଜ କରି ଜାକିଆ ଜାଫରୀ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ। ମଙ୍ଗଳବାର ଏହି ମାମଲାର ଶୁଣାଣି କରି ଜଷ୍ଟିସ ଏ ଏମ ଖାନବିଲକରଙ୍କ ଖଣ୍ଡପିଠ ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୯କୁ ଧାର୍ଯ୍ୟ କରିଛନ୍ତି।
୫ଅକ୍ଟୋବର ୨୦୧୭ରେ ଗୁଜରାଟ ଉଚ୍ଚ ନ୍ୟାୟାଳୟ ଗୋଧରା ହିଂସାକାଣ୍ଡର ପୁନର୍ବାର ତଦନ୍ତ ହେବ ନାହିଁ ବୋଲି ରାୟ ଦେଇଥିଲେ। ଜାକିଆ ଜାଫରୀ ଏହି ମାମଲାର ପୁନର୍ବାର ତଦନ୍ତ ଆବେଦନ କରି ଏହି ହିଂସାକାଣ୍ଡ ପଛରେ ବ୍ୟାପକ ଷଢଯନ୍ତ୍ର ରହିଛି ବୋଲି ଅଭିଯୋଗ କରିଥିଲେ। ଏହାକୁ ଉଚ୍ଚ ନ୍ୟାଳୟର ପକ୍ଷରୁ ଖଣ୍ଡନ କରାଯାଇ ଥିଲା।

Leave A Reply