ରାତିଅଧରେ ଯୁବ କଂଗ୍ରେସ ନେତାଙ୍କୁ ବାନ୍ଧିଲା ପୁଲିସ

ନୂଆଦିଲ୍ଲୀ: ଗୁଜରାଟର ଯୁବ କଂଗ୍ରେସ ନେତାଙ୍କୁ ଗିରଫ କରିଛି ଆସାମ ପୁଲିସ । କଂଗ୍ରେସ ନେତା ଜିଗ୍ନେଶ ମେଓ୍ୱାନୀଙ୍କୁ ପୁଲିସ ଗତକାଲି ରାତି ସାଢ଼େ ୧୧ଟାରେ ତାଙ୍କ ପାଲନପୁର ସର୍କିଟ୍‌ ହାଉସରୁ ଗିରଫ କରିଥିବା ସୂଚନା ଦେଇଛି । ଗିରଫ କରିବା ପରେ ପୁଲିସ ଜିଗ୍ନେଶଙ୍କୁ ଆସମ ନେଇଯାଇଛି । ସୂଚନା ମୁତାବକ ଜିଗ୍ନେଶ ଏକ ବିବାଦୀୟ ଟ୍ୱିଟ୍‌ କରିଥିଲେ । ସେହି କାରଣରୁ ତାଙ୍କୁ ପୁଲିସ ଗରିଫ କରିଥିବା କୁହାଯାଉଛି ।  ଅନ୍ୟପଟେ ଜିଗ୍ନେଶଙ୍କ ଏହି ଗିରଫକୁ ତାଙ୍କ ସମର୍ଥକ ମାନେ ଘୋର ବିରୋଧ କରୁଥିବା ଦେଖିବାକୁ ମିଳିଛି । ଆଜି ରାଜଧାନୀ ଦିଲ୍ଲୀରେ ତାଙ୍କ ସମର୍ଥକ ମାନେ ‘ସମ୍ବିଧାନ ବଞ୍ଚାଅ ଏବଂ ଦେଶ ବଞ୍ଚାଅ’ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି । ଜିଗ୍ନେଶ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ ରହୁଥିବା ମଧ୍ୟ ନଜିର ଆସିଛି ।

Comments are closed.