ଗୁଜରାଟରେ କରୋନା ନିୟମ ଉଲ୍ଲଙ୍ଘନ ; ପୂଜାପାଇଁ ଏକତ୍ରିତ ଶତାଧିକ ମହିଳା

ଗୁଜରାଟ : ଦେଶର କରୋନାର ଦ୍ୱିତୀୟ ତରଙ୍ଗ ଦ୍ରୁତ ଗତିରେ ବ୍ୟାପିବା ସହ ଅନେକ ଲୋକଙ୍କ ପ୍ରାଣହାନୀ ହେଉଛି। ଅଧିକାଂଶ ସ୍ଥାନରେ ଲକଡାଉନ ସହ ବିଭିନ୍ନ ପ୍ରକାର କଟକଣା ଜାରି କରାଯାଇଛି। ଦେଶରେ ୨୪ ଘଣ୍ଟାରେ ୩ଲକ୍ଷ ୮୨ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ହଜାର ୫୦୦ରୁ ଅଧିକ ଲୋକେ ମୃତ୍ୟୁ ବରଣ କରିଛନ୍ତି। ଏଭଳି ଭୟାବହ ପରିସ୍ଥିତରେ ମଧ୍ୟ କିଛି ସ୍ଥାନରେ ଲୋକେ କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ସହ ଶତାଧିକ ଲୋକେ ଏକାଠି ହୋଇଛନ୍ତି। ଏପରି ଘଟଣା ଗୁଜରାଟରେ ଦେଖାଯାଇଛି। କରୋନା ପାଇଁ କଟକଣା ବିଭିନ୍ନ ପ୍ରତିବନ୍ଧକ ଲଗାଯାଇଥିଲେ ମଧ୍ୟ ମଙ୍ଗଳବାର ଅନେକ ସଂଖ୍ୟାରେ ମହିଳାମାନେ ଗୁଜରାଟ ଅହମ୍ମଦାବାଦର ସାନନ୍ଦର ନୱାପୁରା ଗ୍ରାମରେ ବଲୀୟାଦେବ ମନ୍ଦିରରେ ଏକାଠି ହୋଇ ପୂଜାର୍ଚ୍ଚନା କରିଛନ୍ତି। ଏହି ଘଟଣାରେ ଅହମଦାବାଦର ଗ୍ରାମୀଣ ଅଞ୍ଚଳର ଏସପି ସମ୍ପୃକ୍ତ ଘଟଣାରେ ସରପଞ୍ଚଙ୍କ ସମେତ ୨୩ ଜଣଙ୍କୁ ଅଟକ ରଖି ତଦନ୍ତ କରାଯାଉଛି ବୋଲି ସୂଚନା ଦେଇଛନ୍ତି।

Comments are closed.