ରାସ୍ତାରେ ଯାଉଥିବା ଶ୍ରଦ୍ଧାଳୁଙ୍କୁ ଧକ୍କା ଦେଲା କାର୍‍ ; ୬ ମୃତ

ଅହମଦାବାଦ : ଗୁଜରାଟ ଅରାବଲ୍ଲି ଜିଲା ଅମ୍ବାଜିରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଯାଉଥିବା ଏକ କାର୍‍ ରାସ୍ତାରେ ଯାଉଥିବା ଶ୍ରଦ୍ଧାଳୁଙ୍କ ଉପରେ ମାଡି ଯାଇ ୬ ଜଣଙ୍କ ଜୀବନ ଚାଲିଯାଇଛି। ଏହାସହ ଆହୁରି ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତାହତଙ୍କୁ ଉଦ୍ଧାର କରିଥିଲା। ଅଧିକାଂଶ ଯାତ୍ରୀ ପଞ୍ଚମହଲ ଜିଲାର କାକୋଲର ବାସିନ୍ଦା ବୋଲି ଜଣାପଡିଛି। ଯାତ୍ରୀମାନେ ଅମ୍ବାଜୀ ମନ୍ଦିର ଦର୍ଶନ ପାଇଁ ପାଦରେ ଚାଲି ଚାଲି ଯାଉଥିଲେ। ସେହି ସମୟରେ ଦ୍ରୁତ ଗତିରେ ଥିବା ଉକ୍ତ କାର୍‍ ଟି ସଭିଁଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ କାର ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି।

 

Comments are closed.