ଗୁଜରାଟ ଏଟିଏସକୁ ବଡ଼ ସଫଳତା; ୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣ ମାମଲାରେ ୪ ଅଭିଯୁକ୍ତ ଗିରଫ

ଅହମଦାବାଦ: ମୁମ୍ବାଇରେ ୧୯୯୩ ମସିହାରେ ହୋଇଥିବା ସିରିଏଲ ବିସ୍ଫୋରଣ ମାମଲାରେ ଗୁଜରାଟ ଏଟିଏସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ୪ ଅଭିଯୁକ୍ତ ହେଉଛନ୍ତି ଅବୁ ବକର, ୟୁସୁଫ ଭଟାକା, ଶୋଏବ ବାବା ଓ ସୈୟଦ କୁରେଶୀ।  ମୁମ୍ବାଇ ବିସ୍ଫୋରଣ ପରେ ସମସ୍ତ ଅଭିଯୁକ୍ତ ବିଦେଶ ଫେରାର ହୋଇଯାଇଥିଲେ ଓ ନକଲି ପାସପୋର୍ଟ ସାହାଯ୍ୟରେ ଅହମଦାବାଦ ଆସିଥିଲେ। ୧୯୯୩ ମସିହା ମାର୍ଚ୍ଚ ୧୨ ତାରିଖରେ ମୁମ୍ବାଇରେ ୧୨ଟି ସିରିଏଲ୍‌ ବିସ୍ଫୋରଣ ହୋଇଥିଲା। ଏଥିରେ ୨୫୦ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିଲା ଓ ୮୦୦ରୁ ଊର୍ଦ୍ଧ୍ବ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ। ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ଗୁଜରାଟ ଏଟିଏସ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି।

Comments are closed.