MEllora 950×100

ଆଜି ଗୁଜରାଟ ପ୍ରଥମ ପର୍ଯ୍ୟାୟ ଭୋଟ

ଅହମଦାବାଦ : ଗୁଜରାଟ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଗୁରୁବାର ଭୋଟ ଗ୍ରହଣ ହେବ । ଏହି ପର୍ଯ୍ୟାୟରେ ରାଜ୍ୟର ୧୯ଜିଲାର ୮୯ଟି ଆସନ ପାଇଁ ଭୋଟ ଗ୍ରହଣ ହେବ। ଦକ୍ଷିଣ ଗୁଜରାଟ ଓ କଚ୍ଛ-ସୌରାଷ୍ଟ୍ର ଅଞ୍ଚଳର ପ୍ରାୟ ୨କୋଟି ୪୦ ଲକ୍ଷ ଭୋଟର ସେମାନଙ୍କର ମତଦାନ କରିବେ। ସକାଳ ୭ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ମତଦାନ ହେବ। ଏଥିପାଇଁ ୨୫,୪୩୪ଟି ମତଦାନ କେନ୍ଦ୍ର ଖୋଲାଯାଇଛି। ଏହି ପର୍ଯ୍ୟାୟରେ ମୋଟ ୭୮୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଡିସେମ୍ବର ୫ରେ ଦ୍ବିତୀୟ ପର୍ଯ୍ୟାୟରେ ୯୩ଟି ଆସନରେ ଭୋଟ ଗ୍ରହଣ ହେବ। ଡିସେମ୍ବର ୮ରେଭୋଟ ଗଣତି ହେବ। ଚଳିତ ନିର୍ବାଚନରେ ରାଜ୍ୟରେ ୨୯୦ କୋଟି ଟଙ୍କାର ନଗଦ ଟଙ୍କା, ମାଦକ ଦ୍ରବ୍ୟ ଓ ମଦ ଜବତ କରାଯାଇଛି। ଏହି ଜବତ ଜିନିଷ ୨୦୧୭ରେ ଜବତ ହୋଇଥିବା ଜିନିଷର ୧୦ଗୁଣା ଅଧିକ। ୨୦୧୭ ନିର୍ବାଚନ ସମୟରେ ରାଜ୍ୟରୁ ୨୭.୨୧ କୋଟିର ମାଦକ ଓ ଅନ୍ୟାନ୍ୟ ଜିନିଷ ଜବତ ହୋଇଥିଲା।

Comments are closed.