ଗୁଜୁରାଟ:ନୂଆ ନିୟମ ଅନୁସାରେ ସହରମଧ୍ୟରେ ୨୦ କିମିରୁ ଅଧିକ ବେଗରେ ଯାଇ ପାରିବ ନାହିଁ ବିଦ୍ୟାଳୟର ଗାଡି

ଗାନ୍ଧୀନଗର .- ଗୁଜୁରାଟର ରାଜଧାନୀ ଅହମ୍ମଦାବାଦରେ ଏବେ ୨୦ କିଲୋମିଟରରୁ ଅଧିକ ବେଗରେ କୌଣସି ବିଦ୍ୟାଳୟର ଗାଡି ଚାଲି ପାରିବ ନାହିଁ । ସଡକ ସୁରକ୍ଷା ପାଇଁ ଗାନ୍ଧୀନଗରରେ ୩୨ଟି ନୂଆ ନିୟମ ଲାଗୁ କରାଯାଇଛି । କୌଣସି ଚାଳକ ଏହି ନିୟମ ଉଲ୍ଲଘଂନ କଲେ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ ।

ଛାତ୍ରଛାତ୍ରୀଙ୍କର ସୁରକ୍ଷା ପାଇଁ ଏହି ନିୟମ ପ୍ରଣୟନ କରାଯାଇଛି । ପ୍ରତିମାସରେ ବିଦ୍ୟାଳୟର ଗାଡି ଗୁଡୁକର ଫିଟ୍‌ନେସ୍‌ ଯାଞ୍ଚ କରାଯିବ । ଗାଡିର ପରମିଟ୍‌ ଯାଞ୍ଚ ହେବ । ଗାଡିରେ ଅଗ୍ନି ପ୍ରଶମନ ଯନ୍ତ୍ର ରଖାଯିବ । ଡ୍ରାଇଭର୍‌ ନିକଟରେ ମ୍ୟୁଜିକ୍‌ ସିଷ୍ଟମ ଲାଗିବ ନାହିଁ । ଡ୍ରାଇଭର ନିକଟରେ କୌଣସି ଛାତ୍ର ଛାତ୍ର ବସିବେ ନାହିଁ । ଗାଡିର କ୍ଷମତାରେ ଅଧିକ ଛାତ୍ରଛାତ୍ରୀଙ୍କୁ ପରିବହନ କରାଯିବ ନାହିଁ । ପୁଲିସ ଓ ପରିବହନ ଅଧିକାରୀ ଏ ସବୁ ବିଷୟର ଯାଞ୍ଚ କରିବେ ।

Comments are closed.