ନାବାଳିକା ଛାତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଗୀତ ଶିକ୍ଷକ ଗିରଫ

ମୁମ୍ବଇ : ମୁମ୍ବଇରେ ଜଣେ ନାବାଳିକା ଛାତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଗୀତ ଶିକ୍ଷକଙ୍କୁ ପୁଲିସ ଗିରଫ କରିଛି। ଗୀତ ଶିକ୍ଷକ ଜଣଙ୍କ ୫୫ବର୍ଷୀୟ ଭାରତ ପଞ୍ଚାଲ ଓରଫ ରାଜୁ। ରାଜୁଙ୍କ ନାମରେ ୨୦୦୭ରୁ ୨୦୧୦ପର୍ୟ୍ୟନ୍ତ ପୀଡିତାଙ୍କୁ ନିଜ ଘରେ ନିର୍ଯାତନା ଦେବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ. ପୀଡ଼ିତା ଜଣଙ୍କ ୯ବର୍ଷର ଥିବା ସମୟରେ ଗୀତ ଶିକ୍ଷକ ଭାରତ ପଞ୍ଚାଲ ଓରଫ ରାଜୁ ତାଙ୍କ ଘରକୁ ଆସି ଗୀତ ଶିଖାଉଥିଲେ। ଏହି ସମୟରେ ପରେ ୯ରୁ ୧୨ବର୍ଷ ପର୍ୟ୍ୟନ୍ତ ପୀଡ଼ିତାଙ୍କୁ ମାନସିକ ନିର୍ଯାତନା ଦେଇଥିଲେ। ତେବେ ୧୨ବର୍ଷ ବୟସରେ ପୀଡ଼ିତା ଜଣଙ୍କ ପଢିବା ପାଇଁ ଆମେରିକା ଚାଲିଯାଇଥିଲେ। ପୀଡ଼ିତା ଜଣଙ୍କ ଏବେ ଆମେରିକାର ଏକ କଲେଜରେ ପଢୁଥିବା ବେଳେ ଗତକାଲି ରବିବାର ମୁମ୍ବଇ ଆସି ଗୀତ ଶିକ୍ଷକଙ୍କ ନାମରେ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଅଭିଯୁକ୍ତ ଗୀତ ଶିକ୍ଷକ ରାଜୁକୁ ଧାରା ୩୫୪, ୫୦୯ ଏବଂ ୫୦୬ ଆଧାରରେ ଗିରଫ କରିଛି।

Comments are closed.