ପୁରୀର ମିଶ୍ର ଦମ୍ପତି କଲେ ଗିନିଜ୍‌ ବୁକ୍‌ ଅଫ ଓ୍ୱାର୍ଲଡ ରେକର୍ଡ

0

ପୁରୀ: ପୁରୀ ସହରରେ ବସବାସ କରୁଥିବା ଦୂର୍ଗା ଚରଣ ମିଶ୍ର ଓ ତାଙ୍କର ପତ୍ନୀ  ଜ୍ୟୋସ୍ନା ମିଶ୍ର ଅବିରାମ ଭାବେ   ରେଳ ଓ ବିଭିନ୍ନ ରାଜ୍ୟ ପରିବହନ ବସ୍‌ରେ ଯାତ୍ରା କରି ଗିନିଜ୍‌ ବୁକ୍‌ ଅଫ୍‌ ଓ୍ୱାର୍ଲଡ ରେକର୍ଡ କରିଛନ୍ତି । ଏହି ଦମ୍ପତି ୪୦ ଦିନ ଧରି ୨୯,୧୧୯ କିଲୋମିଟର  ଯାତ୍ରା କରିଥିଲେ ।

ସେମାନେ ଚଳିତ ବର୍ଷ ଫେବ୍ରୁଆରୀ ୧୮  ତାରିଖରେ ପୁରୀରୁ ସକାଳ  ୯ଟା ୧୫ରେ ରେଳ ଯୋଗେ  ଯାତ୍ରା ଆରମ୍ଭ କରିଥିଲେ । ମାର୍ଚ୍ଚ ୩୦ ତାରିଖରେ ସେମାନେ ପୁଣି ପୁରୀରେ ପହଞ୍ଚିଥିଲେ ।

ପୂର୍ବରୁ ଏହି ରେକର୍ଡ ରୋମାନିଆର ସିପ୍ରିନ ଗୋହିଓସିଆ ଦମ୍ପିତିଙ୍କ ନାମରେ ଥିଲା । ୨୦୧୭ ମସିହାରେ ସେମାନେ ୯୨୬୧ କିଲୋମିଟର ଏହିପରି ଯାତ୍ରା କରିଥିଲେ । ମିଶ୍ର ଦମ୍ପତି ଏହି ରେକର୍ଡକୁ ଅତିକ୍ରମ କରିଛନ୍ତି । ଅଗଷ୍ଟ ଏକ ତାରିଖରେ ଗିନଜ୍‌ ବୁକର କର୍ତ୍ତୃପକ୍ଷ ତାଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । ଯାତ୍ରା ସମୟରେ କେବଳ ରେଳ ଓ ରାଜ୍ୟ ପରିବହନ ବସ୍‌ରେ ଯାତ୍ରା କରିବେ ବୋଲି ସର୍ତ୍ତ ରହିଥିଲା । କୌଣସି ସ୍ଥାନକୁ ଦୁଇଥର ଯାଇ ପାରିବେ ନାହିଁ    କଟକଣା ରହିଥିଲା  ।  ସେମାନଙ୍କୁ ଜିପିଆର୍‌ଏସ୍‌ ସିଷ୍ଟମ ଦ୍ୱାରା ଟ୍ରାକ କରାଯିବା ସହ, ଗିନଜ୍‌  ବୁକ୍‌ ଅଫ୍‌ ଓ୍ୱାର୍ଲ୍ଡ ରେକର୍ଡର ୩ ଜଣ ସଦସ୍ୟ ତାଙ୍କ ଉପରେ ନଜର ରଖିଥିଲେ ।

ପୂର୍ବରୁ ଦୂର୍ଗା ଚରଣ ମିଶ୍ର  ୨୦୧୪ ମସିହାରେ ଆଉ ଏକ ଗିନଜ୍‌  ବୁକ୍‌ ଅଫ୍‌ ଓ୍ୱାର୍ଲ୍ଡ ରେକର୍ଡ କରିଥିଲେ । ସେ କାରରେ ନିଜ ପତ୍ନୀଙ୍କ ସହ ଦୀର୍ଘତମ ୧୮,୪୫୮ କିଲୋମିଟର ଯାତ୍ରା କରିଥିଲେ । ଏହା ପୂର୍ବୁର ସେ ନିଜ ବୁଲେଟ୍‌ରେ ୨୧,୧୪୬ କିଲୋମିଟର  ଯାତ୍ରା କରିଥିଲେ ।

ଚଳିତ ବର୍ଷ ଯାତ୍ରା ବେଳେ ମିଶ୍ର ଦମ୍ପତି ଆସାମ,ତ୍ରିପୁରା, ଗୁଜୁରାଟ, ଜମ୍ମୁ-କାଶ୍ମୀର ଓ କେରଳ ଯାତ୍ରା କରିଥିଲେ ।

Leave A Reply