ଆଇଟି ଫାର୍ମ ପାଇଁ ଗାଇଡଲାଇନ୍ ଜାରି କଲା କମିସନରେଟ ପୁଲିସ

ଭୁବନେଶ୍ବର : ଟୁଇନ ସିଟିରେ ଥିବା ଆଇଟି ଫାର୍ମ ଗୁଡିକ ଉପରେ କମିସନରେଟ ପୁଲିସ କଟକଣା ଜାରି କରିଛି। ଏନେଇ କମିସନରେଟ ପୁଲିସ ମଧ୍ୟ ଏକ ଗାଇଡଲାଇନ୍ ଜାରି କରାଯାଇଛି। ଶେଷ ୧୪ ଦିନରେ ବାହାରକୁ ଯାଇଥିବା କର୍ମଚାରୀଙ୍କୁ ଆଇଟି ଫାର୍ମ ଯିବାକୁ ବାରଣ କରାଯାଇଛି। ସେହିପରି ବାହାରୁ ଫେରିଥିବା କର୍ମଚାରୀକୁ ୧୪ ଦିନ ଯାଏଁ ଘରେ ରହି କାମ କରିବାକୁ କୁହାଯାଇଛି। ଯଦି ସେମାନେ କାର୍ଯ୍ୟ କରିବାକୁ ଅସମର୍ଥନ ତେବେ କମ୍ପାନୀ ନିୟମ ଅନୁଯାୟୀ ଛୁଟିରେ ରହିବେ। କୌଣସି କର୍ମଚାରୀଙ୍କୁ ଜ୍ବର, ଥଣ୍ଡା, କାଶ ଓ କଫ ହେଉଥିଲେ କାର୍ଯ୍ୟାଳୟ ନଯିବାକୁ ପରାମର୍ଶ ଦିଆଯାଇଛି। ଆଜି ଠାରୁ ନିୟମ ଲାଗୁ ହେବ, ଏହାକୁ ନ ମାନିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

Comments are closed.