ପୂଜା ସମୟରେ ଝୁଣା ଦେବାର ଉପକାରିତା

0

ହିନ୍ଦୁ ଧର୍ମରେ ପୂଜା କରିବା ଦ୍ୱାରା ଭଗବାନଙ୍କ କୃପା ଲାଭ ହୋଇଥାଏ। ପୂଜା ସମୟରେ ସର୍ବଦା ଝୁଣା ଧୂପ ଦେବାର ନିୟମ ରହିଛି। ଘରେ ଝୁଣା ଦେବା ଦ୍ୱାରା ବାତାବରଣ ସ୍ୱଚ୍ଛ ରହିଥାଏ। ଏହାସହ ମନ ପ୍ରସନ୍ନ ମଧ୍ୟ ରହିଥାଏ। ଝୁଣା ଦେବା ଦ୍ୱାରା ଘରେ କୁପ୍ରଭାବ ନଷ୍ଟ ହୋଇଥାଏ। ବଜାରରେ ଅନେକ ପ୍ରକାର ସୁଗନ୍ଧଯୁକ୍ତ ଧୂପ ମିଳିଥାଏ। କିନ୍ତୁ ନଡିଆ କତାରେ ଝୁଣା ଦେବା ଦ୍ୱାରା ଘର ଓ ମନ୍ଦିର ପରିବେଶ ଶୁଦ୍ଧ ରହିଥାଏ।
ଝୁଣା ଦେବାର ଲାଭ ..
ପୂର୍ବକାଳରେ ଅଗୁର ନାମକ ଏକ ବନସ୍ପତିକୁ ପୂଜା ସମୟରେ ବ୍ୟବହାର କରାଯାଉଥିଲା। ଏହାକୁ ଜଳାଇବା ଦ୍ୱାରା ଘରର ବାତାବରଣ ଶୁଦ୍ଧ ରହିବା ସହ ବ୍ୟାକ୍ଟେରିଆ ନଷ୍ଟ ହୋଇଥାଏ। ଅଗୁର ଆଣ୍ଟି-ବ୍ୟାକ୍ଟେରିଆ ପରି କାମ କରିଥାଏ।
ଝୁଣାରେ ମଧ୍ୟ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଛି। ଏହାର ସୁଗନ୍ଧରେ କୌଣସି କୀଟ ଘରେ ରୁହନ୍ତି ନାହିଁ। ତେଣୁ ଝୁଣା ଦେବା ଦ୍ୱାରା ମଶାମାଛି ଘରେ ରୁହନ୍ତି ନାହିଁ। ଘରେ ଥିବା ସୂକ୍ଷ୍ମ ଜୀବ ମଧ୍ୟ ନଷ୍ଟ ହୋଇଥାନ୍ତି।
ପୂଜା ସମୟରେ ଝୁଣାର ଧୂପ ବ୍ୟବହାର କରାଯାଇଥାଏ। ଏହାର ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ଯୋଗୁଁ ଅନେକ ଶାରୀରିକ ରୋଗ ମଧ୍ୟ ଦୂର ହୋଇ ଯାଇଥାଏ।
ଆର୍ୟୁବେଦ ଅନୁସାରେ, ଝୁଣାର ବାସ୍ନା ଦ୍ୱାରା କାଶ ସମସ୍ୟା ନଷ୍ଟ ହୋଇଯାଏ। ଏହାର ବାସ୍ନା ଦ୍ୱାରା ବାତାବରଣ ସୁଗନ୍ଧିତ ରହିଥାଏ।

Leave A Reply