କଡା ସୁରକ୍ଷା ବଲୟରେ ଜବରଦଖଲ ଜମି ଉଛେଦ କଲା ପ୍ରଶାସନ

ଗୁଡଭେଲା:ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଧାନଘରା ଠାରେ ବହୁଦିନ ଧରି ଜବରଦଖଲ ହୋଇଥିବା ସରକାରୀ ଜମିକୁ କଡ଼ା ସୁରକ୍ଷା ମଧ୍ୟରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଧାଳଘରାଠାରେ ଥିବା ସରକାରୀ ଜମିକୁ ସ୍ଥାନୀୟ ଲୋକ ଜବରଦଖଲ କରି ଚାଷ ଜମି ରୁପେ ବ୍ୟବହାର କରିଆସୁଥିଲେ। ହେଲେ କିଛି ମାସ ହେବ ତୁଷୁରା ଏନଏସି ପକ୍ଷରୁ ଦୁଇଟି ଅଙ୍ଗନବାଡି ଓ ଗୋଟେ ମିଶନ ଶକ୍ତି ଗୃହ ନିର୍ମାଣ କରିଥିବା ପାଇଁ ଏହି ଜମିକୁ ଚିହ୍ନଟ କରାଯିବା ସହ କାମ ମଧ୍ୟ ଆରମ୍ଭ କରିଥିଲେ। ହେଲେ ଜବରଦଖଲ କରିଥିବା ଗାଁର ଲୋକମାନେ ରାତିରେ ଯାଇ ନିର୍ମାଣ କାର୍ଯ୍ୟ ନଷ୍ଟ କରିଦେଇଥିଲେ।

 

ଏହାପରେ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ମଧ୍ୟରେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହି ସ୍ଥାନଟି ପ୍ରାୟ ୨୪ ଡିସମିଲ ଥିବାରୁ ଦୁଇଟି ଅଙ୍ଗନବାଡି, ଗୋଟିଏ ମିଶନ ଶକ୍ତି ଗୃହ ହେ ନିର୍ମାଣ ହେବ ଏବଂ ବାକି ଜମିରେ ଶିଶୁ ଉଦ୍ୟାନ ନିର୍ମାଣ କରାଯିବା ପାଇଁ ପ୍ରସ୍ତାବ ରହିଛି ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷଣ କୁମାର ମୁର୍ମୁ ସୂଚନା ଦେଇଛନ୍ତି। ଉଚ୍ଛେଦ ସମୟରେ ତହସିଲଦାର ରବୀନ୍ଦ୍ର ପଟେଲ ମାଜିଷ୍ଟ୍ରେଟ ଭାବରେ ଉପସ୍ଥିତ ଥିଲେ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ତୁଷୁରା ଥାନା ଅଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ସହ ବହୁମାତ୍ରାରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

Comments are closed.