ଅସହାୟ ଶିଶୁମାନଙ୍କ ସହ ଦୀପାବଳି ପାଳିଲା ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ରେଆର୍’

ଗୁଡଭେଲା: ଅସହାୟ ଶିଶୁମାନଙ୍କ ସହିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ରେଆର୍’ ଗୁଡଭେଲା କଲ୍ୟାଣ ମଣ୍ଡପଠାରେ ଦୀପାବଳି ଉତ୍ସବ ପାଳନ କରିଛି। ଏଥିରେ ଗୁଡଭେଲା ଶିଶୁ ସୁରକ୍ଷା କମିଟିର ସଭ୍ୟା ତଥା ଅଙ୍ଗନବାଡି ନୀଳକାନ୍ତୀ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ ଓ ଉତ୍ସବରେ ଦୀପ ପ୍ରଜ୍ଜ୍ବଳନ କରି ଉଦଘାଟନ କରିଥିଲେ। ପ୍ରକଳ୍ପ ସହାୟିକା ହେମାଙ୍ଗିନୀ ବାଗ ସ୍ବାଗତ ଭାଷଣ ଦେଇଥିଲେ। ଦୀପାବଳି ପର୍ବ ଅବସରରେ ସମସ୍ତଙ୍କୁ ସତପଥରେ ଚାଳିବା ପାଇଁ ଶିଶୁମାନଙ୍କୁ ଶ୍ରୀମତୀ ବେହେରା ଦିଗଦର୍ଶନ ଦେଇଥିଲେ ।

 

ଆଲୋକର ପର୍ବ ଦୀପାବଳୀ ଅନ୍ଧାରକୁ ହଟାଇ ଆଲୋକ ଦେଖାଇବାରେ ସହାୟକ ହେବା ସହ ସମସ୍ତଙ୍କ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ପରିବେଶ ସୃଷ୍ଟି କରିଥାଏ ବୋଲି ପ୍ରକଳ୍ପ ସହାୟକ ଅଶୋକ ଝାଙ୍କର ପ୍ରକାଶ କରିଥିଲେ। ଏହି ଅବସରରେ ଶିଶୁମାନଙ୍କୁ ଶିତ ବସ୍ତ୍ର, ଖାତା, କଳମ, ନିତ୍ୟ ବ୍ୟବହାର୍ଯ୍ୟ ସମାଗ୍ରୀ ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଶେଷରେ ପ୍ରକଳ୍ପ ସହାୟତା ଧନୁର୍ଦ୍ଧର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଷ୍ଟିଚଟିଙ୍ଗ କିଣ୍ଡର ପୋଷ୍ଟ ଜିଗେଲସ ନେଦରଲ୍ୟାଣ୍ଡ ସହାୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୁଡଭେଲା, ଦେଉଳଗୁଡି, ଘୁନା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଅସହାୟ ଶିଶୁମାନଙ୍କୁ ସାମିଲ କରାଯାଇଥିଲା।

Comments are closed.