ଭବିଷ୍ୟତରେ ଡାକ୍ତର ହୋଇ ରୋଗୀ ସେବା କରିବି – ତନୁଶ୍ରୀ

ଜିଉଦୟଗିରି: ଟିକାବାଲି ବ୍ଳକ ଅନ୍ତର୍ଗତ ରୁଦାଙ୍ଗିଆ ଗ୍ରାମର ବାଲ ଗଙ୍ଗାଧର ତିଲକ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ତନୁଶ୍ରୀ ଆଚାର୍ଯ୍ୟ ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରିକ୍ଷାରେ ୫୮୦ ନମ୍ବର ରଖି କନ୍ଧମାଳ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ନେଇ ଟିକାବାଲି ବ୍ଳକ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ ସୂଚନା ଦେଇଛନ୍ତି। ତନୁଶ୍ରୀ ନିଜ ପ୍ରତିକ୍ରିୟାରେ ସେ ଦିନକୁ ୭ରୁ ୮ ଘଣ୍ଟା ପରିଶ୍ରମ କରୁଥିଲେ ଏବଂ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ରୋଗୀ ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି।ତନୁଶ୍ରୀ ଜି.ଉଦୟଗିରି ମହାଗୁଡା ସାହିର ମାଗୁଣୀ ଆଚାର୍ଯ୍ୟଙ୍କ ନାତୁଣି ଏବଂ ସାବେରୀ ଓ ଅଶୋକ ଆଚାର୍ଯ୍ୟଙ୍କ ଝିଅ ଅଟନ୍ତି। ଏହି ସଫଳତା ପାଇଁ ତନୁଶ୍ରୀ ପିତା ଅଶୋକ ଆଚାର୍ଯ୍ୟ, ମା ସାବେରୀ ଆଚାର୍ଯ୍ୟ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି।

Comments are closed.