ରକ୍ତ ରଞ୍ଜିତ ହେଲା ସିକେରପାଟ ପୀଠ

ଗୁଡଭେଲା: ଖଡଙ୍ଗା ଅଞ୍ଚଳରେ ଇଷ୍ଟ ଦେବତା ସିକେରପାଟ ବୁଢାଙ୍କ ଯାତ୍ରା ଆଜି ଶେଷ ହୋଇଯାଇଛି । ଶହ ଶହ ପୋଢ, ବୁଦା, ବଳିରେ ରକ୍ତ ରଞ୍ଜିତ ହୋଇ ଯାଇଛି ସିକେରପାଟଙ୍କ ପୀଠ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଦେଶ ବିଦେଶରେ ହେଉ ଅବା ଲୋକଙ୍କ ବିପଦ ଆପଦରେ ସିକେରପାଟଙ୍କ ନାଁରେ ମନକ୍ସାମନା କଲେ ବିପଦ ମଧ୍ୟ ଟଲି ଯାଏ । ଏହାର ଇତିହାସ ବହୁତ ପୁରୁଣା । ଶହ ଶହ ବର୍ଷ ଆଗରୁ ସିକେରପାଟଙ୍କ ପୂଜା ଆଦି କନ୍ଦ ସମାଜ ଲୋକଙ୍କ ଦ୍ଵାରା ପୂଜିତ ହୋଇ ଆସୁଛନ୍ତି। କନ୍ଧ ସମାଜର ଲୋକ ମାନେ ଦେବତାଙ୍କ ବିଭିନ୍ନ ଭୋଗରାଗ ଦେବା ସହ ପୂଜା ବିଧି କରିଥାନ୍ତି । ବର୍ଷକରେ ସିକେରପାଟଙ୍କ ପୂଜା ଦୁଇଥର କରାଯାଏ ।ଆଷାଢ଼ ଓ ପୌଷ ମାସର ଶୁକ୍ଳ ପକ୍ଷର ଦ୍ୱିତୀୟା ତିଥିରେ ପ୍ରତେକ ବର୍ଷ ପୂଜା ପାଇଥାନ୍ତି । ଏହି ସମୟରେ ସିକେରପାଟଙ୍କ ଦର୍ଶନ ପାଇଁ ବୌଦ୍ଧ, କଲାହାଣ୍ଡି, ସୋନପୁର ହଜାର ହଜାର ଲୋକଙ୍କ ଆସି ଦର୍ଶନ କରିବା ସହ ସିକେରପାଟଙ୍କୁ ମନାସିକ କରିଥିବା ବିଭିନ୍ନ ବଳି ଆଣି ଦେଇଥାନ୍ତି ।

ପୂଜା ପୂର୍ବ ସାତ ଦିନରୁ ଅଞ୍ଚଳର କନ୍ଧ ସମାଜର ଭାଇମାନଙ୍କୁ ନେଇ ଏକ ବୈଠକରେ ବସିଲା ପରେ ପୂଜା ତିନି ଦିନ ପୂର୍ବରୁ ଅଞ୍ଚଳ ୩୨ଟି ଗାଁକୁ ଯାଇ ସିକେରପାଟ ଯାତ୍ରା କରାଯିବ ବୋଲି ପନେସ ପଁଟରେ ଦୁଇଟି ଗଣ୍ଠି ଦେଇ ଖବର ପ୍ରଚାର କରିଥାନ୍ତି । ରାହୁଲ ନଦୀରୁ ବରିଆଙ୍କ ବୁଡ ମାରି ଆସିବା ବାଟରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗି ରହିଥିଲା । ବରୁଆଙ୍କ ପୂଜାପୀଠକୁ ଆସିଲା ପରେ ବଳି ଆରମ୍ଭ ହୋଇଥାଏ ।ଏହି ବର୍ଷ ପରମ୍ପରାରେ ହାର କଟକଣାରେ । ଶହ ଶହ ମାନସିକଧାରୀଙ୍କ ଆଣିଥିବା ପୋଢ, ବୁଦା ବଲି ଦିଆ ଯାଇଥିଲା । ଏହି ଦୂଶ୍ୟ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ପ୍ରତି ବର୍ଷ ପୂଜା ସମୟରେ ଅନେକ ରାଜନେତା ମଧ୍ୟ ଏହି ସ୍ଥଳକୁ ଆସି ସିକେରପାଟଙ୍କ ଦର୍ଶନ କରିଥାନ୍ତି ।ହେଲେ ରାସ୍ତାଘାଟ ଭଲି ମୌଳିକ ସୁବିଧା ନ ଥିବାରୁ । ଶ୍ରଦ୍ଧାଳୁଙ୍କ ମଧ୍ୟରେ ନାହିଁ ନ ଥିବାରୁ ଅସୁବିଧା ସମ୍ମୁଖୀନ ହେଉଥିଲେ ।

 

Comments are closed.