ସାନିଟାଇଜ ହେଲା ଗୁଡ଼ଭେଳା ଓ ଡ଼ୁଙ୍ଗିବାହାଳ ଗାଁ

ତୁଷୁରା: ଗୁଡ଼ଭେଲା ବ୍ଳକ ସଦର ପଂଚାୟତ ଅର୍ନ୍ତଗତ ଡ଼ୁଙ୍ଗିବାହାଲ ଗ୍ରାମରେ ୪ ଜଣ କରୋନା ପଜିଟିଭ ବାହାରିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଗାଁକୁ ସାନିଟାଇଜ କରାଯାଇଛି। ଏହି ଅଂଚଳରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗୁଡ଼ଭେଲା ପଂଚାୟତ, ବସଷ୍ଟାଣ୍ଡ, ମନ୍ଦିର ଛକ, ମୁଖ୍ୟ ରାସ୍ତା ଆଦି ଓ ଡ଼ୁଙ୍ଗିବାହାଳ ଗ୍ରାମରେ ସାନିଟାଇଜ କରାଯାଇଥିବା ବେଳେ ଅନ୍ୟ ଗାଁ ଗୁଡ଼ିକ ମଧ୍ୟ ସାନିଟାଇଜ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।

Comments are closed.