ଆସନ୍ତା ୨୨ରେ ହେବ ତୁଷୁରା ତୋଷାଳୀ ମହୋତ୍ସବ

ଗୁଡଭେଲା: ପୁରାତନ ନଗର ତୁଷୁରାର କଳା ସଂସ୍କୃତି ଓ ପରମ୍ପରାକୁ ନେଇ ଆସନ୍ତା ୨୨ ତାରିଖରେ ସ୍ଥାନୀୟ ଶିବ ମନ୍ଦିର ସମ୍ମୁଖରେ ତୋଷାଳୀ ମହୋତ୍ସବ ଆୟୋଜିତ ହେବ । ଏଥିରେ କଳାଜୀବି ଅନୁଷ୍ଠାନ ବରଗଡ,ଶାଶ୍ୱତ ଯୋଷି ଭୁବନେଶ୍ୱର, ଢେମମା ନୃତ୍ୟ କୋରାପୁଟ, ଡ.ରମଣୀ ରଂଜନ ପାର୍ଟି ମୟୂରଭଞ୍ଜ ଛଉନୃତ୍ୟ, ଢୋଳମୁହୁରି କଳା ପରିଷଦ ବଲାଙ୍ଗୀର, ପ୍ରତିଭା କଳା ପରିଷଦ ଭବାନୀପାଟଣା, କୃଷ୍ଣ ପ୍ରିୟା କଳା ପରିଷଦ ତୁଷୁରା ଓ ନଟରାଜ ସଂଗୀତ ମହାବିଦ୍ୟାଳୟ ତୁଷୁରା କଳାକାରମାନେ ଅଂଶ ଗ୍ରହଣ କରି ତାଙ୍କର କଳା ପ୍ରଦର୍ଶନ କରିବେ । ସ୍ଥାନୀୟ ୟୂଥ ଏକ୍ସନ କମିଟି ଓ ତୋଷାଳୀ ମହୋତ୍ସବ କମିଟି ପକ୍ଷରୁ ଉକ୍ତ ମହୋତ୍ସବ ଆୟୋଜିତ ହେଉଛି ।

Comments are closed.