ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ଦୀପ ଦାନ କାର୍ଯ୍ୟକ୍ରମ 

ଗୁଡଭେଲା : ଗୁଡଭେଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରଙ୍ଗଣରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଶିକ୍ଷା ବିକାଶ ଓଡିଶାର ବଲାଙ୍ଗୀ ସହବିଭାଗ ନିରକ୍ଷକ ମନୋରଞ୍ଜନ କର ଓ ସମ୍ମାନୀତ ଅତିଥି ଭାବରେ ତୋଷରା ବିଦ୍ୟା ମନ୍ଦିର ପ୍ରଧାନ ଆର୍ଚାଯ୍ୟ ତଥା ସଙ୍କୁଳ ସଂଯୋଜକ ଶୁଶିଲ ଦାସ ଉପସ୍ଥିତିରେ ୭୫ଟି ଦୀପ ପ୍ରଜ୍ବଳନ କରି ପ୍ରଭୁ ଜଗନ୍ନାଥ ଓ ଭାରତ ମାତାଙ୍କୁ ମନ୍ଦିର ପୂଜକ ଫକିର ଷଡ଼ଙ୍ଗୀ ପୂଜା ଅର୍ଜନ କରି ଯାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଘନଶ୍ୟାମ ପ୍ରଧାନୀ,ରାମତାର ଅଗ୍ରୱାଲ,ଚୁଳେଶ୍ବର ବାଗ ପ୍ରମୁଖ ଉପସ୍ଥିତ ରହିବା ସହ ବିଦ୍ୟାମନ୍ଦିର ସମସ୍ତ ଗୁରୁଜୀ ଗୁରୁମା ସେବାକ ସେବିକା ସମସ୍ତେ ସହଯୋଗ କରିଥିଲେ ।

Comments are closed.