୬ ୱାର୍ଡସଭ୍ୟ ପାଇଁ ଦାଖଲ ହେଲାନି ପ୍ରାର୍ଥିପତ୍ର

ଗୁଡଭେଲା: ୬ ୱାର୍ଡସଭ୍ୟ ପାଇଁ ଦାଖଲ ହେଲାନି ପ୍ରାର୍ଥିପତ୍ର । ଗୁଡଭେଲା ବ୍ଳକର ୪ପଞ୍ଚାୟତରେ ୬ ୱାର୍ଡ ସଭ୍ୟ ପାଇଁ ପ୍ରାର୍ଥିପତ୍ର ଦାଖଳ ହୋଇନାହିଁ । ବ୍ଳକରେ ୧୩ଟି ପଞ୍ଚାୟତ ରହିଥିବା ବେଳେ ୧୫୧ଟି ୱାର୍ଡସଭ୍ୟ ପାଇଁ ଆସନ ରହିଛି । ସେଥିମଧ୍ୟରୁ ୧୪୫ଟି ଆସନରେ ୨୦୩ ଜଣ ୱାର୍ଡସଭ୍ୟ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।ହେଲେ ୪ଟି ପଞ୍ଚାୟତର ୬ଟିୱାର୍ଡ଼ରେ ପ୍ରାର୍ଥିପତ୍ର ଦାଖଲ ହୋଇନାହିଁ । ରୁଷୁଡା ପଞ୍ଚାୟତର ୩ଟି ୱାର୍ଡ ,ଗୁଡଭେଲା ,ବଡଙ୍ଗୋମୁଣ୍ଡା, ନୂଆପଡା ପଞ୍ଚାୟତର ଗୋଟେ ଲେଖାଏଁ ୱାର୍ଡ ରହିଛି । ଗୁଡଭେଲା ପଞ୍ଚାୟତର ଉକ୍ତ ୱାର୍ଡଟି ସଂରକ୍ଷିତ ଆସନ ହୋଇଥିବା ବେଳେ, ସେପରି କୌଣସି ଲୋକ ନାହାନ୍ତି । ରୁଷୁଡା ପଞ୍ଚାୟତର କୌଣସି ଲୋକ ୱାର୍ଡସଭ୍ୟ ଆସନରେ ଛିଡା ହେବାକୁ ଇଚ୍ଛା କରୁ ନାହିଁ । ସେହିପରି ବାକିତକ ୪ଟି ୱାର୍ଡରେ ଆଦିବାସୀଙ୍କୁ ଚଳିତ ନିର୍ବାଚନରେ ସଂରକ୍ଷିତ ବ୍ୟବସ୍ଥାକୁ ନେଇ ପ୍ରାର୍ଥୀ ପତ୍ର ଦାଖଲ କରିନଥିବା ଚର୍ଚ୍ଚା ହେଉଛି ।

Comments are closed.