ପିଜୁଳି ପତ୍ର ଓ କେଶ ଚର୍ଚ୍ଚା

ଫଳମୂଳ ପ୍ରତିଦିନ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ। ଆମ ଦେଶରେ ପିଜୁଳି ଫଳର ଆଦର ଅଧିକ ଥିବାବେଳେ ଏହାର ପତ୍ରରେ ମଧ୍ୟ ଔଷଧୀୟ ଗୁଣ ଭରପୂର। କେଶ ଝଡ଼ାରୁ ରକ୍ଷା ପାଇବାକୁ ଚାହୁଁଥିଲେ, ପିଜୁଳି ପତ୍ରରେ ଉପଚାର କଲେ ଲାଭ ମିଳିଥାଏ।

  • ୧୫-୨୦ ଟି ପଜୁଳି ପତ୍ର ଆଣି ଭଲରେ ଧୋଇ ତାହାକୁ ୧ଲିଟର ପାଣିରେ ଫୁଟାଇବେ। ପରେ ଏହାକୁ ଛାଣି ଥଣ୍ଡା ହେବା ପାଇଁ ରଖିବେ। ଏହି ପିଜୁଳି ପତ୍ର ଫୁଟା ପାଣିକୁ ତୁଳାରେ ନେଇ କେଶ ମୂଳରେ ଲଗାଇବେ। ୨୦ ମିନିଟ୍ ପରେ ଶ୍ୟାମ୍ପୁ କରିବେ। କେଶ ଝଡ଼ା, ରୁପି ଇତ୍ୟାଦି ସମସ୍ୟାରୁ ଏହି ପାଣି ରକ୍ଷା କ​‌ରେ ।
  •  ସପ୍ତାହରେ ୨-୩ଥର ଏହିପରି ଉପାୟରେ କେଶର ଯତ୍ନ ନିଅନ୍ତୁ। କେଶ ସଂକ୍ରମଣ ହୋଇଥିଲେ ମଧ୍ୟ ତହା ଦୂର ହୋଇଯିବ। ଏହି ଫୁଟା ପାଣିକୁ ଫ୍ରିଜ୍‌ରେ ରଖି ବ୍ୟବହାର କରିବା ଅନୁଚିତ।
  •  ପିଜୁଳି ପତ୍ରକୁ ବାଟି ସେଥିରେ ଦହି ମିଶାଇ କେଶରେ ଲଗାନ୍ତୁ। ୧୦ ମିନିଟ୍ ପରେ ଧୋଇନେବେ। କେଶ ଘନତ୍ବ ବଢ଼ାଇବାକୁ ଚାହୁଁଥିଲେ, ଏହା ଏକ ସରଳ ଉପାୟ।
  •  ପିଜୁଳି ପତ୍ର ଫୁଟା ପାଣି, ପତ୍ର ବଟା, ମହୁ ଅଳ୍ପ ମିଶାଇ ପ୍ୟାକ୍ କରି କେଶରେ ଲଗାଇଲେ କେଶ ରୁକ୍ଷତା ଦୂର ହେବା ସହ ଝଡ଼ିବା କମ୍ ହେଉଥିବା ପ୍ରକାଶ

Comments are closed.