ଜିଏସ୍‍ଟିଆର୍‍-୩ ବି ରିଟର୍ଣ୍ଣର୍ ଫାଇଲ୍‍ ଶେଷ ଦିବସ ଆଜି

0

ନୂଆଦିଲ୍ଲୀ:ଚଳିତବର୍ଷ ଫେବୃଆରୀ ପାଇଁ ଜିଏସ୍‍ଟିଆର୍‍-୩ ବି ରିଟର୍ଣ୍ଣର୍ ଫାଇଲ୍‍ ଶେଷ ଦିବସ ମଙ୍ଗଳବାର । ସେହିପରି ମାର୍ଚ୍ଚ ନିମନ୍ତେ ଶେଷ ଦିବସ ଏପ୍ରିଲ ୨୦ ରହିଛି । ତେଣୁ ଏହି ଦିନ ସୁଦ୍ଧା ରିଟର୍ଣ୍ଣ ଫାଇଲ୍‍ କରିବାକୁ କେନ୍ଦ୍ରୀୟ ଉତ୍ପାଦ ଏବଂ ସୀମା ଶୁଳ୍କ ବୋର୍ଡ (ସିବିଇସି) ପକ୍ଷରୁ କରଦାତାଙ୍କୁ ଅନୁରୋଧ କରାଯାଇଛି । ସେଲ୍ସ ରିଟର୍ଣ୍ଣ ଫର୍ମ ୩ବିର ଫାଇଲିିଂ ପାଇଁ ଜିଏସ୍‍ଟି ନେଟୱର୍କକୁ ଅଧିକ ସରଳ କରାଯାଇଛି । ଜିଏସ୍‍ଟି ନେଟୱର୍କରେ ବ୍ୟବସାୟୀମାନେ ସେମାନଙ୍କର ରିଟର୍ଣ୍ଣ ଫର୍ମରେ ଇନ୍‍ଫୁଟ୍‍ ଟିକସ କ୍ରେଡିଟ୍‍ ବାଲାନ୍ସ ଦେଖିପାରିବେ । ରିଟର୍ଣ୍ଣ ଫାଇଲିଂ କରୁଥିବା କରଦାତାଙ୍କ ଲାଗି ସମସ୍ତ ତଥ୍ୟ ଗୋଟିଏ ସ୍ଥାନରେ ସଂସ୍ଥାପିତ କରାଯାଇଛି । ଏଥିରେ ସ୍କ୍ରିନ୍‍ର ଉପରିସ୍ଥ ଭାଗରେ ବର୍ତ୍ତମାନର ଆଇଟିସି ବାଲାନ୍ସ ଏବଂ କ୍ୟାସ ରେଜିଷ୍ଟର ପ୍ରଦର୍ଶିତ ହେଉଛି ।

Leave A Reply