୧ ଲକ୍ଷ କୋଟି ଟଙ୍କା ଟପିଲା ଜିଏସଟି ରାଜସ୍ୱ ସଂଗ୍ରହ ପରିମାଣ

ନୂଆଦିଲ୍ଲୀ : ଦେଶରେ ସାମଗ୍ରୀ ଓ ସେବା କର (ଜିଏସଟି ) ସଂଗ୍ରହ ପରିମାଣ ବୃଦ୍ଧି ପାଇଛି । ୨୦୧୯ ଡିସେମ୍ବର ମାସରେ ଜିଏସଟି ସଂଗ୍ରହ ପରିମାଣ ୧ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଏହି ମାସରେ ଜିଏସଟି ରାଜସ୍ୱ ସଂଗ୍ରହ ପରିମାଣ ୧,୦୩,୧୮୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଯାହା୨୦୧୮ ମସିହା ଡିସେମ୍ବରରେ ଆଦାୟ ହୋଇଥିବା ପରିମାଣଠାରୁ ୧୬ ପ୍ରତିଶତ ଅଧିକ। ଗତ ମାସରେ ମୋଟ ଏକଲକ୍ଷ ୩ହଜାର ୧୮୪ କୋଟି ଟଙ୍କା ଜି.ଏସ.ଟି ଆଦାୟ କରାଯାଇଥିଲା।

ଯେଉଁଥିରୁ ସିଜିଏସଟି ରାଜସ୍ୱ ୧୯,୯୬୨ କୋଟି ଟଙ୍କା, ଏସଜିଏସଟି ୨୬,୭୯୨ କୋଟି ଏବଂ ଆଇଜିଏସଟ ପରିମାଣ ୪୮,୦୦୯ କୋଟି ଟଙ୍କା ରହିଛି।

ଅନ୍ୟପକ୍ଷରେ ଗତ ନଭେମ୍ବର ମାସ ପାଇଁ ଡିସେମ୍ବର ମାସ ୩୧ ତାରିଖ ସୁଦ୍ଧା ଜିଏସଟିଆର ୩-ବି ରିଟର୍ଣ୍ଣ ଦାଖଲ ମୋଟ ସଂଖ୍ୟା ୮୧.୨୧ ଲକ୍ଷ ରହିଛି।

ଏହି ସମୟ ମଧ୍ୟରେ ଓଡ଼ିଶାରୁ ୨,୩୮୩ କୋଟି ଟଙ୍କା ଅର୍ଥାତ ପୂର୍ବବର୍ଷ ତୁଳନାରେ ୨% ଅଧିକ ଜିଏସଟି ରାଜସ୍ବ ସଂଗ୍ରହ ହୋଇଛି।

 

Comments are closed.