ଓଡ଼ିଶାର ବାତ୍ୟା କ୍ଷତିଗ୍ରସ୍ତ ୧୪ଟି ଜିଲ୍ଲା ପାଇଁ ଜିଏସ୍‍ଟି ରିଟର୍ଣ୍ଣ ଦାଖଲ ସମୟ ସୀମା ବୃଦ୍ଧି

ଭୁବନେଶ୍ବର :  ଓଡ଼ିଶାର ଘୂର୍ଣ୍ଣିବାତ୍ୟା କ୍ଷତିଗ୍ରସ୍ତ ୧୪ଟି ଜିଲ୍ଲାର ଟିକସଦାତାମାନଙ୍କ ପାଇଁ ଜିଏସ୍‍ଟି ରିଟର୍ଣ୍ଣ ଦାଖଲ କରିବାର ସମୟ ସୀମାକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ କୁମାର ସିଂହ କହିଛନ୍ତି, ୨୦୧୯ ଏପ୍ରିଲ୍‍ ମାସପାଇଁ ଜିଏସ୍‍ଟି ରିଟର୍ଣ୍ଣ ଦାଖଲ
କରିବାର ସମୟ ସୀମାକୁ ମେ ୨୦ ତାରିଖ ପରିବର୍ତ୍ତେ ଜୁନ୍‍ ୨୦ ତାରିଖକୁ ବୃଦ୍ଧି କରାଯାଇଛି।

ଇତିମଧ୍ୟରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଦେବାଶିଷ ପଣ୍ଡା ଗୁରୁବାର ବାତ୍ୟା କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକରେ ବ୍ୟାଙ୍କିଙ୍ଗ୍‍ ସେବା ପରିସ୍ଥିତିର ସମୀକ୍ଷା କରିଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ବୈଠକରେ ବାତ୍ୟା କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକରେ ବ୍ୟାଙ୍କିଙ୍ଗ୍‍ ସେବା ଓ ବୀମା ସେବା ପୁନଃକ୍ଷମ ହେବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ଶ୍ରୀ ପଣ୍ଡା କହିଛନ୍ତି, କେବଳ ପୁରୀ ଜିଲ୍ଲାକୁ ଛାଡ଼ିଦେଲେ ଓଡ଼ିଶାରେ ଶତକଡ଼ା ୯୯ ଭାଗ ବ୍ୟାଙ୍କ୍‍ କାର୍ଯ୍ୟକ୍ଷମ ହୋଇଛି।

Comments are closed.