ଜୁନ ୨୧ରେ ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ: ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ପରିଷଦର ଏକ ଗୁରୁତ୍ୱପୂର୍ଣ ବୈଠକ ଚଳିତ ମାସ ୨୧​‌‌ରେ ବସିବାକୁ ଯାଉଛି। ବୈଠକରେ ଟିକସ ଏବଂ ବିଭିନ୍ନ ସ୍ଲାବ୍‌ ଉପରେ ନିଷ୍ପତ୍ତି ଗ୍ରହଣ କରାଯିବା ଆଶା କରାଯାଉଛି। ଦ୍ଵିତୀୟ ପାଳିରେ କ୍ଷମତାକୁ ଆସିବା ପରେ କେନ୍ଦ୍ର ସରକାରର ଏହା ପ୍ରଥମ ଜିଏସ୍‌ଟି ପରିଷଦ ବୈଠକ। ବୈଠକର ଏଜେଣ୍ଡାରେ ରହିଥିବା ତଥ୍ୟାନୁଯାୟୀ, ଏଥର ଏକ୍ସଟ୍ରା ନ୍ୟୁଟ୍ରାଲ ଆଲକହଲ (ଇଏନ୍‌ଏ)ରେ ୧୮% ଜିଏସ୍‌ଟି ଲାଗୁ କରିବା ଉପରେ ବିଚାର କରାଯାଇପାରେ। ବର୍ତ୍ତମାନ ପରିଷଦ ଆଗରେ ରହିଥିବା ଆଉ ଏକ ବଡ ଆହ୍ୱାନ ହେଉଛି ଟିକସ ଠକେଇ ରୋକିବା ଲାଗି ବଡ କମ୍ପାନୀଗୁଡିକ ଲାଗି ଇ-ଇନ୍‌ଭଏସ୍‌ ସୃଷ୍ଟିକୁ ବାଧ୍ୟତାମୂଳକ କରିବା, ଯାହା ନେଇ ବୈଠକରେ ମଧ୍ୟ ଆଲୋଚନା ହୋବାର ସମ୍ଭାବନା ରହିଛି।

ତେବେ ୫୦ କୋଟିରୁ ଅଧିକ କାରବାର କ୍ଷେତ୍ରରେ ଇ-ଇନ୍‌ଭଏସ୍‌ ଲାଗୁ କରିବାକୁ ବିଚାର କରାଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମରଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ପରିଷଦର ଏହି ବୈଠକରେ ୨୮% ଟିକସ ସ୍ଲାବ୍‌ ବର୍ଗରେ ରହିଥିବା ଉତ୍ପାଦ ସଂଖ୍ୟା ହ୍ରାସ କରିବାକୁ ବିଚାର କରାଯାଇପାରେ।

Comments are closed.