ଜିଏସଟି କ୍ଷତିପୂରଣ – ବିଭିନ୍ନ ରାଜ୍ୟକୁ ୬ ହଜାର କୋଟି ଟଙ୍କା ମଞ୍ଜୁର

ଅର୍ଥ ମନ୍ତ୍ରଣାଳୟ ୧୫ତମ ସାପ୍ତାହିକ ଜି.ଏସ୍‍.ଟି. କ୍ଷତିପୂରଣ କିସ୍ତି ବାବଦରେ ୬ ହଜାର କୋଟି ଟଙ୍କା ବିଭିନ୍ନ ରାଜ୍ୟକୁ ମଞ୍ଜୁର କରିଛନ୍ତି। ସେଥିମଧ୍ୟରୁ ୨୩ଟି ରାଜ୍ୟ ପାଇଁ ୫ ହଜାର ୫୧୬ କୋଟି ଟଙ୍କା ଏବଂ ଦିଲ୍ଲୀ, ଜାମ୍ମୁ-କାଶ୍ମୀର ଓ ପୁଡ଼ୁଚେରୀ କେନ୍ଦ୍ରଶାସିତ ଅଞ୍ଚଳପାଇଁ ୪୮୩ କୋଟି ଟଙ୍କା ପ୍ରଦାନ କରାଯାଇଛି।

ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରାମ୍‍, ନାଗାଲ୍ୟାଣ୍ଡ୍‍ ଏବଂ ସିକ୍କିମରେ ଜି.ଏସ୍‍.ଟି. ଅର୍ଥ ସଂଗ୍ରହ ଏବଂ ପ୍ରଦାନ କ୍ଷେତ୍ରରେ କୌଣସି କ୍ଷତି ନ ଥିବାରୁ ଏହି ରାଜ୍ୟଗୁଡ଼ିକୁ ଏ ବାବଦରେ କୌଣସି ଅର୍ଥରାଶି ପ୍ରଦାନ କରାଯାଇ ନାହିଁ। ଏପର୍ଯ୍ୟନ୍ତ ମୋଟ୍‍ ଜି.ଏସ୍‍.ଟି. କ୍ଷତିପୂରଣ ରାଶିରୁ ୮୧ ପ୍ରତିଶତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପ୍ରଦାନ କରାଯାଇ ସାରିଲାଣି। ସେଥିମଧ୍ୟରେ ରାଜ୍ୟଗୁଡ଼ିକ ପାଇଁ ମୋଟ୍‍ ୮୨ କୋଟି ୧୩୨ କୋଟି ଟଙ୍କା ୩ଟି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୭ ହଜାର ୮୬୭ କୋଟି ଟଙ୍କା ପ୍ରଦାନ କରାଯାଇଛି।

Comments are closed.