ସେପ୍ଟେମ୍ବରରେ ଜିଏସଟି ସଂଗ୍ରହ ୯୪,୦୦୦ କୋଟି ଟପିଲା

0

ନୂଆଦିଲ୍ଲୀ : ଦେଶରେ ଜିଏସଟି ସଂଗ୍ରହ ପରିମାଣ ବୃଦ୍ଧି ପାଇଛି। ସେପ୍ଟେମ୍ବର ୨୦୧୮ରେ ମୋଟ୍‍ ଜିଏସଟି ସଂଗ୍ରହ ୯୪,୪୪୨ କୋଟି ଟଙ୍କାରେ ପହଁଚିଛି । ଏଥିମଧ୍ୟରେ ସିଜିଏସଟି ପରିମାଣ ୧୫,୩୧୮ କୋଟି, ଏସଜିଏସଟି ପରିମାଣ ୨୧,୦୬୧ କୋଟି, ଆଇଜିଏସଟି ପରିମାଣ ୫୦,୦୭୦ କୋଟି (ଆମଦାନୀ ଉପରେ ୨୫,୩୦୮ କୋଟିକୁ ମିଶାଇ) ରହିଛି ଏବଂ ସେସ୍ ପରିମାଣ ୭,୯୯୩ କୋଟି (ଆମଦାନୀ ଉପରେ ୭୬୯ କୋଟି ଟଙ୍କାକୁ ମିଶାଇ) ଟଙ୍କା ରହିଛି।

ଅଗଷ୍ଟ ମାସ ପାଇଁ ୩୦ ସେପ୍ଟେମ୍ବର, ୨୦୧୮ ସୁଦ୍ଧା ଦାଖଲ କରାଯାଇଥିବା ମୋଟ ଜିଏସଟିଆର ୩ ବି ରିଟର୍ଣ୍ଣ ପରିମାଣ ୬୭ ଲକ୍ଷ ରହିଥିଲା।
ସେପ୍ଟେମ୍ବର, ୨୦୧୮ ପାଇଁ ସମସ୍ତ ସେଟଲମେଣ୍ଟ ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସଂଗ୍ରହ କରାଯାଇଥିବା ମୋଟ ରାଜସ୍ୱ ପରିମାଣ ସିଜିଏସଟି ବାବଦକୁ ୩୦,୫୭୪ କୋଟି ଏବଂ ଏସଜିଏସଟି ବାବଦକୁ ୩୫,୦୧୫ କୋଟି ରହିଛି।
ସେପ୍ଟେମ୍ବର, ୨୦୧୮ରେ ରାଜସ୍ୱ ସଂଗ୍ରହ ୯୪,୪୪୨ କୋଟି ଟଙ୍କାରେ ପହଁଚିଛି ଯାହାକି ଅଗଷ୍ଟ ୨୦୧୮ରେ ସଂଗୃହିତ ରାଜସ୍ୱ ୯୩,୬୯୦ କୋଟି ଟଙ୍କା ଠାରୁ ଅଧିକ ହୋଇଥିବାରୁ ରାଜସ୍ୱ ଆଦାୟରେ ବୃଦ୍ଧି ହୋଇଥିବା ପରିଲକ୍ଷିତ ହୋଇଛି।

Leave A Reply