ମେ’ ମାସରେ ଜିଏସଟି ସଂଗ୍ରହ ୧.୦୨ ଲକ୍ଷ କୋଟିରୁ ଅଧିକ ; ଗତ ବର୍ଷ ଏହି ମାସ ତୁଳନାରେ ୬୫% ଅଧିକ

ନୂଆଦିଲ୍ଲୀ : ଚଳିତ ବର୍ଷ ମେ’ ମାସରେ ମୋଟ ସାମଗ୍ରୀ ଏବଂ ସେବା କର ଜିଏସଟି ରାଜସ୍ୱ ଏକ ଲକ୍ଷ ଦୁଇ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି। ସେଥିମଧ୍ୟରୁ ସିଜିଏସଟି ହେଉଛି ୧୭ ହଜାର ୫୯୨ କୋଟି ଟଙ୍କା, ଏସଜିଏସଟି ହେଉଛି ୨୨ ହଜାର ୬୫୩ କୋଟି ଟଙ୍କା, ଆଇଜିଏସଟି ହେଉଛି ୫୩ ହଜାର ୧୯୯ କୋଟି ଏବଂ ସେସ୍ ହେଉଛି ନଅ ହଜାର ୨୬୫ କୋଟି ଟଙ୍କା।

ଅର୍ଥ ମନ୍ତ୍ରଣାଳୟ କହିଛି ଯେ କ୍ରମାଗତ ଅଷ୍ଟମ ମାସ ହେବ ଜିଏସଟି ରାଜସ୍ୱ ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଏଥିରେ କୁହାଯାଇଛି ଯେ ମେ’ ମାସ ପାଇଁ ରାଜସ୍ୱ ଆୟ ଗତ ବର୍ଷ ଏହି ମାସରେ ଜିଏସଟି ଆୟ ତୁଳନାରେ ୬୫ ପ୍ରତିଶତ ଅଧିକ। ଏହି ମାସରେ, ସାମଗ୍ରୀ ଆମଦାନୀରୁ ଆୟ ୫୬ ପ୍ରତିଶତ ଅଧିକ ଏବଂ ଘରୋଇ କାରବାରରୁ ଆୟ ଗତ ବର୍ଷ ଏହି ମାସର ଆୟ ତୁଳନାରେ ୬୯ ପ୍ରତିଶତ ଅଧିକ।

Comments are closed.