ନୂଆବର୍ଷରୁ ଜିଏସଟିରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ନୂଆବର୍ଷରୁ ଜିଏସଟି ସିଷ୍ଟମରେ ହେବ ବଡ଼ ପରିବର୍ତ୍ତନ । ୨୦୨୨ ଜାନୁଆରୀ ୧ରୁ ଜିଏସଟି ସିଷ୍ଟମରେ ବଡ଼ ପରିବର୍ତ୍ତନ ଆସିବକୁ ଯାଉଛି । ପରିବହନ ଓ ରେଷ୍ଟୁରାଣ୍ଟ କ୍ଷେତ୍ରରେ ପ୍ରଦାନ କରାଯାଉଥିବା ସେବା ଉପରେ ଇ-ବାଣିଜ୍ୟ ସେବା ଅପରେଟର ମଧ୍ୟ ସାମିଲ ହେବେ । ଏହା ବ୍ୟତୀତ, ଜିଏସଟି ଅନେକ ଢାଞ୍ଚାରେ ପରିବର୍ତ୍ତନ ହେବାକୁ ଯାଉଛି । ସମସ୍ତ ପ୍ରକାରର ଫ୍ରୁଟ୍‍ ବିୟର ଓ ଜୈବିକ କପଡ଼ା ଉପରେ ୧୨% ଜିଏସଟି ଲାଗୁ କରାଯିବ । ସେହିପରି ଅଟୋ ରିକ୍ସା ଡ୍ରାଇଭର ମାନୁଆଲ ମୋଡ୍ କିମ୍ବା ଅଫଲାଇନ୍ ମୋଡ୍ ଦ୍ୱାରା ପ୍ରଦାନ କରାଯାଇଥିବା ପରିବହନ ସେବା ଦେୟ ଉପରେ ରିହାତି ପାଇବେ । ସେମାନେ ନୂତନ ବର୍ଷରୁ ୫ ପ୍ରତିଶତ ହାରରେ ଟିକସ ଦେବେ।

ଜାନୁଆରୀ ୧ରୁ ଅନଲାଇନରେ ଖାଦ୍ୟ ଅର୍ଡର କରିବା ମହଙ୍ଗା ହେବ
ଜାନୁଆରୀ ୧ରୁ ଇ-ବାଣିଜ୍ୟ ସେବା ପ୍ରଦାନକାରୀଙ୍କ ଦାୟିତ୍ୱରେ ରହିବେ ଖାଦ୍ୟ ଯୋଗାଣକାରୀ ସଂସ୍ଥା ସ୍ୱିଗି ଏବଂ ଜୋମାଟୋ । ରେଷ୍ଟୁରାଣ୍ଟ ସେବା ବଦଳରେ ଜିଏସଟି ସଂଗ୍ରହ ଏବଂ ଏହାକୁ ସରକାରଙ୍କ ନିକଟରେ ଜମା କରିବା ଦାୟିତ୍ୱ ଏହି ଦୁଇ ସଂସ୍ଥାର ରହିବ । ଏହି ସେବା ବଦଳରେ ସେମାନଙ୍କୁ ମଧ୍ୟ ବିଲ୍ ଦେବାକୁ ପଡିବ । ରେଷ୍ଟୁରାଣ୍ଟଗୁଡିକ ଜିଏସଟ ସଂଗ୍ରହ କରୁଥିବାରୁ ଗ୍ରାହକଙ୍କ ଉପରେ କୌଣସି ଅତିରିକ୍ତ ବୋଝ ରଖିବେ ନାହିଁ । ତେବେ ବର୍ତ୍ତମାନ ଜିଏସଟି କ୍ଷେତ୍ରରେ  ଏକମାତ୍ର ପରିବର୍ତ୍ତନ ଘଟିଛି । ଟିକସ ଜମା କରିବା ଏବଂ ବିଲ୍ ପ୍ରଦାନ କରିବାର ଦାୟିତ୍ୱ ବର୍ତ୍ତମାନ ଖାଦ୍ୟ ବିତରଣ ପ୍ଲାଟଫର୍ମକୁ ସ୍ଥାନାନ୍ତରିତ ହୋଇଛି। ଅନୁମାନ କରାଯଉଛିକି ଗତ ଦୁଇ ବର୍ଷ ମଧ୍ୟରେ ଏହି ସେବାକୁ ନେଇ ସରାକର କ୍ଷତି ସହୁଥିବାରୁ ଏହି ପରିବର୍ତ୍ତନ ଆଣିଛନ୍ତି । ତାହାସହ ଟିକସ ଫେରସ୍ତକୁ ନେଇ ମଧ୍ୟ ସରକାର ଏକ ପଦକ୍ଷେପ ନେଇଛନ୍ତି । ଟିକସ ଛାଡକୁ ରୋକିବା ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି ।

Comments are closed.