ଜିଏସ୍‍ଟି କ୍ଷତିପୂରଣ: ୪୪ହଜାର କୋଟି ଦେଲା ଅର୍ଥ ମନ୍ତ୍ରଣାଳୟ

ଜିଏସ୍‍ଟି କ୍ଷତିପୂରଣ ଭାବରେ ଅର୍ଥ ମନ୍ତ୍ରଣାଳୟ ଆଜି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଋଣ ସୁବିଧା ବିଧେୟକ ଅଧୀନରେ ୪୪ ହଜାର କୋଟି ଟଙ୍କା ପ୍ରଦାନ କରିଛି। ପୂର୍ବରୁ ଏହି ବାବଦରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କା ଦିଆଯାଇଥିଲା। ଫଳରେ ଆଜି ପର୍ଯ୍ୟନ୍ତ ଚଳିତ ଆର୍ଥିକ ବର୍ଷରେ ୧ ଲକ୍ଷ ୫୯ ହଜାର କୋଟି ଟଙ୍କା କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଋଣ ସୁବିଧା ଯୋଗାଇଛନ୍ତି।

ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ପ୍ରକୃତ ଟିକସ ଆଦାୟରୁ ପ୍ରତି ୨ ମାସରେ ଦିଆଯାଉଥିବା ସ୍ୱାଭାବିକ ଜିଏସ୍‍ଟି କ୍ଷତିପୂରଣ ବାବଦରେ ଏହି ଅର୍ଥ ଦିଆଯାଇଛି। ଚଳିତ ବର୍ଷ ମେ’ ୨୮ ତାରିଖରେ ଅନୁଷ୍ଠିତ ଜିଏସ୍‍ଟି ପରିଷଦର ୪୩ତମ ବୈଠକରେ କେନ୍ଦ୍ର ସରକାର ୧ ଲକ୍ଷ ୫୯ ହଜାର କୋଟି ଟଙ୍କା ଋଣ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର କ୍ଷତିପୂରଣ ପାଣ୍ଠିକୁ ପ୍ରଦାନ କରିବେ ବୋଲି ସ୍ଥିର କରାଇଯାଥିଲା। ଏହି ନିଷ୍ପତ୍ତିକୁ ସବୁ ଯୋଗ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗ୍ରହଣ କରିଥିଲେ।

Comments are closed.