ଜିଏସ୍‍ଟି ଠକେଇ ମାମଲା : ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

ଟିଟିଲାଗଡ : ଦେଶରେ ଦ୍ୱିତୀୟ ବଡଧରଣର ଜିଏସ୍‍ଟି ଠକେଇ ମାମଲା ଓ ରାଜ୍ୟରେ ପ୍ରଥମ ଜିଏସ୍‍ଟି ଠକେଇ ମାମଲା ବର୍ଷେ ତଳେ ସାମ୍ନାକୁ ଆସିଥିଲା। ଏହି ଠକେଇ ମାମଲାରେ ଛନ୍ଦି ହୋଇଥିଲେ ମେସର୍ସ ସାଇ ଇଣ୍ଟରନେସ୍‍ନାଲ୍‍ର ମାଲିକ ତୀର୍ଥଙ୍କର ପଟେଲ। ୧୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଗତ ବର୍ଷ ଅଗଷ୍ଟ ୮ ତାରିଖରେ ସିଟି ଏଣ୍ଡ ଜିଏସ୍‍ଟି ବିଭାଗ ତୀର୍ଥଙ୍କରଙ୍କୁ ଗିରଫ କରିଥିଲା। ସେ ଜେଲ୍‍ରେ ଅଛନ୍ତି। ଅଭିଯୁକ୍ତ ଜାମିନ ପାଇଁ ଆବେଦନ କରିଥିବା ବେଳେ ଟିଟିଲାଗଡ ଏଡିଜେ କୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଥିବା ଜଣାପଡ଼ିଛି।

 

Comments are closed.