ଜି.ଏସ୍‍. ଲକ୍ଷ୍ମୀ ଆଇସିସି ଆନ୍ତର୍ଜାତିକ ପ୍ୟାନେଲର ପ୍ରଥମ ମହିଳା ରେଫରୀ

ନୂଆଦିଲ୍ଲୀ : ଭାରତର ଜି.ଏସ୍‍ ଲକ୍ଷ୍ମୀ ଆଇସିସି ଆନ୍ତର୍ଜାତିକ ପ୍ୟାନେଲର ପ୍ରଥମ ମହିଳା ରେଫରୀ ଭାବେ ନିଯୁକ୍ତ ହୋଇଛନ୍ତି । ସେ ଆନ୍ତର୍ଜାତିକ ମ୍ୟାଚ୍‍ ଗୁଡ଼ିକରେ ରେଫରୀ ଭାବେ କାର୍ଯ୍ୟ କରିବେ । ୫୧ ବର୍ଷ ବୟସ୍କା ଜି .ଏସ୍‍ ଲକ୍ଷ୍ମୀ ୨୦୦୮-୦୯ରେ ପ୍ରଥମ କରି ଦେଶର ମହିଳା କ୍ରିକେଟରେ ମ୍ୟାଚ୍‍ ରେଫରୀ ଭାବେ କାର୍ଯ୍ୟ କରିଥିଲେ। ସେ ତିନୋଟି ମହିଳା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‍ ମ୍ୟାଚ୍‍ ଓ ତିନୋଟି ମହିଳା ଟି-୨୦ ଆନ୍ତର୍ଜାତିକ ମ୍ୟାଚରେ ରେଫରୀ ହୋଇଥିଲେ।

ଚଳିତ ମାସ ପ୍ରାରମ୍ଭରେ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‍ ମ୍ୟାଚରେ କ୍ଲେୟାତ ପୋଲୋସାକ୍‍ ସର୍ବପ୍ରଥମ ମହିଳା ଅମ୍ପାୟାର୍‍ ଭାବେ ମ୍ୟାଚ୍‍ ପରିଚାଳନା କରିସାରିଛନ୍ତି।

 

Comments are closed.