କଂଗ୍ରେସ ନେତା ଗୁରୁଦାସ କାମାତଙ୍କ ପରଲୋକ

0

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ଗୁରୁଦାସ କାମାତ୍‍ଙ୍କର ବୁଧବାର ପରଲୋକ ଘଟିଛି। ୬୩ ବର୍ଷ ବୟସ୍କ କାମାତ୍‍ ହୃଦ୍‍ଘାତ ଶିକାର ହୋଇ ନୂଆଦିଲ୍ଲୀସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଶେଷ ନିଃଶ୍ୱାସ ତ୍ୟାଗ କରିବାର କିଛି ସମୟ ପୂର୍ବରୁ କାମାତ୍‍ ଟ୍ୱିଟର୍‍ ଯୋଗେ ଇଦ୍‍ ଉଲ୍‍-ଜୁହାର ଶୁଭକାମନା ଜଣାଇଥିଲେ। କାମାତ୍‍ ମୁମ୍ବଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଥିଲେ। ଲୋକସଭା ସାଂସଦ ଭାବେ ସେ ୫ ଥର ନିର୍ବାଚିତ ହୋଇଥିଲେ। ଏଥିସହ ଏଆଇସିସିର ରାଜସ୍ଥାନ, ଗୁଜରାଟ, ଦାଦ୍ରା ଓ ନାଗର ହାବେଳୀ, ଡାମନ ଡିଉର ପ୍ରଭାରୀ ଭାବେ କାର୍ଯ୍ୟ କରିଥିଲେ। କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଭାବେ ମଧ୍ୟ ସେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କ ପରଲୋକ ଖବର ପାଇବା ପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତୁରନ୍ତ ଡାକ୍ତରଖାନା ଯାଇ ତାଙ୍କ ଶେଷଦର୍ଶନ କରିଛନ୍ତି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‍ଙ୍କ ସମେତ ବହୁ କଂଗ୍ରେସ ନେତା ତାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

Leave A Reply