ବିଵାହିତାଙ୍କୁ ପ୍ରେମ ପ୍ରତାରଣା କରି ଜିଆର୍‌ଏସ୍‌ ଗିରଫ

ନର୍ଲା : ସ୍ଥାନୀୟ ଊଲିସିର୍କା ଗ୍ରାମର ଜନୈକ ବିବାହିତା ମହିଳା ସୁନୀତା ବାଗ୍‌କୁ ଦୀର୍ଘ ୩ ବର୍ଷ ଧରି ପ୍ରେମ ଜାଲରେ ଫସେଇ ଶାରିରୀକ ସଂପର୍କ ରଖିବାପରେ ସଂପୃକ୍ତ ମହିଳାଙ୍କୁ ବିବାହ ହେବାକୁ ମନାକରି ହରଡ ଘଣାରେ ପଡିଛି ଜିଆର୍‌ଏସ୍ ଜଣକ ।  ଜିଆର୍‌ଏସ୍ ବିଜମଲ୍ ଛତ୍ରିଆ, ସଂପୃକ୍ତ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବିବାହ ପ୍ରଲୋଭନ ଦେଖେଇ ପ୍ରେମ କରି ଶେଷରେ ନିରାଶ କରିବା ପରେ ନର୍ଲା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ନର୍ଲା ପୁଲିସ ଅଭିଯୁକ୍ତ ବିଜମଲ୍‌କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଶ୍ରୀ ଛତ୍ରିଆ ସର୍ଗିଗୁଡା ପଞ୍ଚାୟତରେ ଜିଆର୍‌ଏସ୍ ଭାବେ କର୍ଯ୍ୟରତ ।

Comments are closed.