ବଢିବ ପୁଞ୍ଜି ନିବେଶ, ମସ୍କୋରେ ଭାରତର ପ୍ରଥମ ଶକ୍ତି କାର୍ଯ୍ୟାଳୟ ଉଦ୍‍ଘାଟିତ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ମସ୍କୋରେ ଭାରତର ପ୍ରଥମ ଶକ୍ତି କାର୍ଯ୍ୟାଳୟ ଉଦ୍‍ଘାଟିତ ହୋଇଛି। ତୈଳ ରାଷ୍ଟ୍ରାୟତ୍ତ ଉଦ୍ୟୋଗ – ଇଣ୍ଡିଆନ୍‍ ଅଏଲ୍‍, ଓ.ଏନ୍‍.ଜି.ସି., ଗେଲ୍‍, ଅଏଲ୍‍ ଇଣ୍ଡିଆ ଏବଂ ଇ.ଆଇ.ଇ.ଏଲ୍‍.ର ମିଳିତ ସହଯୋଗରେ ଏହି କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଛି। ପେଟ୍ରୋଲିୟମ୍‍ ମନ୍ତ୍ରଣାଳୟର ସଚିବ ଏବଂ ରୁଷ୍‍ର ଉପଶକ୍ତିମନ୍ତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟାଳୟ ଉଦ୍‍ଘାଟିତ ହୋଇଛି। ବ୍ୟାବସାୟିକ ସୁଯୋଗ ସୃଷ୍ଟି କରିବା ନିମନ୍ତେ ଏହି କାର୍ଯ୍ୟାଳୟ ସ୍ଥାପନ କରାଯାଇଛି। କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟାଳୟ ସ୍ଥାପନ କରିବା ଦିଗରେ ପ୍ରଥମେ ଗୁରୁତ୍ୱାରୋପ କରିଥିଲେ।

ରୁଷ୍’ରେ ଥିବା ବହୁଳ ଶକ୍ତିକ୍ଷେତ୍ରରେ ଅନ୍ୱେଷଣ କରିବା ଏବଂ ଭାରତୀୟ ପ୍ରକଳ୍ପରେ ରୁଷ୍‍ ପକ୍ଷରୁ ପୁଞ୍ଜିନିବେଶ ତଥା ପ୍ରଯୁକ୍ତି ବିଦ୍ୟା ସହଯୋଗ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭାରତ ଏବଂ ରୁଷ୍‍ ମଧ୍ୟରେ ତୈଳ, ଗ୍ୟାସ୍‍ ଏବଂ ଇସ୍ପାତ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ୨୦୧୯ ଅଗଷ୍ଟ ଏବଂ ଅକ୍ଟୋବର ମାସରେ ରୁଷ୍‍ ଗସ୍ତ କରିଥିଲେ।

Comments are closed.