ପୂର୍ବ ବିବାଦକୁ ନେଇ ଆକ୍ରମଣ, ଜଣେ ଗୁରୁତର ଦୁଇ ଆହତ

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଲୁଙ୍ଗା ବଡ଼କିଆରୀ ଗ୍ରାମରେ ପୂର୍ବ ବିବାଦକୁ ନେଇ ଶୁକ୍ରବାର ଅପରାହ୍ନରେ ସଂଗବଧ  ଆକ୍ରମଣରେ ଗୋଟିଏ ପରିବାରର ଜଣେ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ନାମ କାନୁଚରଣ ମଳିକ(୪୫) କାଳନ୍ଦୀ ମଳିକ(୪୨) ପପୁ ମଳିକ(୧୩)। ଏମାନଙ୍କ ମଧ୍ୟରୁ କାନୁର ଅଵସ୍ଥା ଗୁରୁତର ଥିବାରୁ ବାସୁଦେବପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ପଠାଇ ଦିଆଯାଇଛି। ଘଟଣାକୁ ନେଇ ଆହତ କାଳନ୍ଦୀ ମଳିକଙ୍କ ପକ୍ଷରୁ ସେହି ଗାଁର କୈଳାସ ମଳିକଙ୍କ ସମେତ ୧୬ ଜଣଙ୍କ ନାମରେ ଥାନାରେ ଅଭିଯୋଗ କରାଯାଇଛି। ଖବର ପାଇ ପୁଲିସ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି।

Comments
Loading...