ଦୁର୍ବୃତଙ୍କ ସଂଘବଦ୍ଧ ଆକ୍ରମଣ ; ୫ ଗୁରୁତର

ପିପିଲି : ପୁରୀ ଜିଲା କଣାସ ବଜାରରେ ଯୁବକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ରବିବାର ଅଭିଯୋଗ ହୋଇଛି। ଏଥିରେ ୫ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗତକାଲି ବିଳମ୍ବିତ ରାତିରେ ଉକ୍ତ ଯୁବକଙ୍କ ଉପରେ ଦୁର୍ବୃତମାନେ ମାରଣାସ୍ତ୍ରରେ ଏହି ଅତର୍କିତ ଆକ୍ରମଣ କରିଥିଲେ। ଗୁରୁତରଙ୍କୁ ପ୍ରଥମେ କଣାସ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା। ପରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି। ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

Comments are closed.