ଗୁଗଲ ମ୍ୟାପ ଦେଖି ଭୁଲ କନ୍ୟା ଘରେ ପହଞ୍ଚିଗଲା ବର, ବିବାହ ହେଉ ହେଉ ଅଟକିଲା

ଗୁଗଲ ମ୍ୟାପକୁ ଭରସା କରି ଗନ୍ତବ୍ୟସ୍ଥଳକୁ ଗଲେ ସମୟେ ସମୟେ ଧୋକା ମିଳିପାରେ। ଇଣ୍ଡୋନେସିଆରେ ଏକ ବର ସହିତ ଏଭଳି କିଛି ଘଟିଛି। ବର ଜଣକ ନିଜ ବିହାହ ପାଇଁ କନ୍ୟା ଘରକୁ ଯିବା ଲାଗି ଗୁଗଲ ମ୍ୟାପର ସହାୟତା ନେଲେ, କିନ୍ତୁ ବରଯାତ୍ରୀ ଅନ୍ୟ ଏକ  କନ୍ୟା ଘରେ ପହଞ୍ଚିଗଲେ। କୌତୁହଳର କଥା ସେହି ଘରେ ବି ଏକ ଝିଅର ବିବାହ ହେବାର ଥିଲା ଏବଂ ସେମାନେ ବରକୁ ଅପେକ୍ଷା କରିଥିଲେ। ତେବେ ସମୟ ପୂର୍ବରୁ ବର ଭୁଲ ଝିଅ ଘରେ ପହଞ୍ଚିଥିବା ଜଣାପଡ଼ିଥିଲା ଏବଂ ବିବାହ ହେଉ ହେଉ ଅକଟି ଯାଇଥିଲା।

ଇଣ୍ଡୋନେସିଆ ଗଣମାଧ୍ୟମ ଅନୁସାରେ, ଜଣେ ବ୍ୟକ୍ତି ତାଙ୍କ ବିବାହ ପାଇଁ ସେଣ୍ଟ୍ରାଲ ଜାୱାର ଲୋସାରି ଗାଁକୁ ଯିବାର ଥିଲା। ଗୁଗଲ ମ୍ୟାପ ଯୋଗୁ ସେ ବରଯାତ୍ରୀଙ୍କୁ ନେଇ ଜେଙ୍ଗକୋଲ ପହଞ୍ଚି ଯାଇଥିଲେ। ଆଶ୍ଚର୍ଯ୍ୟର ବିଷୟ ସେହି ଗାଁରେ ବି ମାରିୟା ଅଲ୍‌ଫା ଏବଂ ବୁରହାନ ସିଦ୍ଦିକୀଙ୍କ ବିବାହ ହେବାର ତିଲା। ଏଠାରେ ମାରିୟାଙ୍କ ପରିବାର ଲୋକେ ବରର ଅପେକ୍ଷାରେ ଥିଲେ।

ମାରିୟାଙ୍କ ପରିବାର ଅତିଥିମାନଙ୍କୁ ସ୍ବାଗତ କଲେ, ଜଳଖିଆ ଦେଲେ ଏବଂ ପରସ୍ପରଙ୍କୁ ଉପହାର ଦେଇଥିଲେ। ଠିକ୍‌ ସେତିକି ବେଳେ ମାରିୟାଙ୍କ ପରିବାରର ଜଣେ ସଦସ୍ୟ କିଛି ତ୍ରୁଟି ହେଉଥିବା ଜାଣିବାକୁ ପାଇଥିଲେ। ସେ ପ୍ରକୃତ ବର ବୁରହାନଙ୍କ ପରିବାରକୁ ଫୋନ କରିଥିଲେ। ସେମାନେ ବାଟରେ ଅଟକି ଯାଇଥିବାରୁ ପହଞ୍ଚିବାରେ ବିଳମ୍ବ ହେଉଥିବା ଜଣାଇଥିଲେ। ଫଳରେ ଘରକୁ ଆସିଥିବା ବର ପ୍ରକୃତ ବର ନୁହେଁ ବୋଲି ଜଣାପଡ଼ିଥିଲା। ଶେଷ ବର ଜଣକ କହିଥିଲେ ଯେ, ସେ ବାଟ ଜାଣି ନ ଥିବାରୁ ଗୁଗଲ ମ୍ୟାପ ସହାୟତାରେ ଏଠାରେ ପହଞ୍ଚିଥିବା ଜଣାଇଥିଲେ ଏବଂ ନିଜ ଭୁଲ ପାଇଁ କ୍ଷମା ମାଗି ପ୍ରକୃତ କନ୍ୟା ଘରକୁ ଯାଇଥିଲେ।

Comments are closed.