ପାୱାର ଗ୍ରୀଡ ଷ୍ଟେସନରେ ଗ୍ରେନେଡ ମାଡ; ଏଏସଆଇ ଅଧିକାରୀ ସହିଦ୍

0

ଶ୍ରୀନଗର: ପାୱାର ଗ୍ରୀଡ ଷ୍ଟେସନ ଉପରକୁ ଆତଙ୍କୀଙ୍କ ଆକ୍ରମଣରେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିୟାଲ ସେକ୍ୟୁରିଟି ଫୋର୍ସ (ସିଆଇଏସଏଫ୍)ର ଆସିଷ୍ଟାଣ୍ଡ ସବ-ଇନ୍ସପେକ୍ଟର ସହିଦ୍ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ବଡଗାମ ଜିଲ୍ଲାର ନୋଗାମରେ ଥିବା ପାୱାର ଗ୍ରୀଡ ଷ୍ଟେସନ ଉପରକୁ ଶୁକ୍ରବାର ମଧ୍ୟରାତ୍ରିରେ ଆତଙ୍କୀମାନେ ଗ୍ରେନେଡ ମାଡ କରିଥିଲେ । ଗ୍ରେନେଡ ମାଡରେ ସିଆଇଏସଏଫ ର କାର୍ୟ୍ୟରତ ଏଏସଆଇ ରାଜେଶ କୁମାର ଗୁରୁତର ଆହତ ହୋଇଥିଲେ । ରାଜେଶଙ୍କୁ ମେଡିକାଲରେ ଭିର୍ତ୍ତି କରାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାପରେ ୫୦ ରାଷ୍ଟ୍ରୀୟ ରାଇଫଲସ୍ ଓ ସିଆରପିଏଫ୍ କ୍ୟାମ୍ପରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

Leave A Reply