ଶ୍ରୀନଗରରେ ଗ୍ରେନେଡ଼୍‍ ମାଡ଼: ୨ ସ୍ଥାନୀୟ ନାଗରିକ ଓ ଦୁଇ ଯବାନ ଆହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଶ୍ରୀନଗର ସ୍ଥିତ ଲାଲ ଚୌକ ଅଞ୍ଚଳରେ ରବିବାର ଆତଙ୍କବାଦୀମାନେ ସିଆରପିଏଫ୍‍ ଟିମ୍‍ ଉପରକୁ ଆକ୍ରମଣ ସ୍ୱରୂପ ଗ୍ରେନେଡ଼୍‍ ମାଡ଼ କରିଛନ୍ତି। ଏହି ଆକ୍ରମଣରେ ୨ ସ୍ଥାନୀୟ ନାଗରିକଙ୍କ ସମେତ ଦୁଇ ସିଆରପିଏଫ୍‍ ଯବାନ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଆକ୍ରମଣକାରୀଙ୍କ ସନ୍ଧାନ ପାଇଁ ଅଭିଯାନ ଜାରି ରହିଛି।

Comments are closed.