ସିଆରପିଏଫ କ୍ୟାମ୍ପ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ଶ୍ରୀନଗର ଅନ୍ତର୍ଗତ ନୂରବାଗ ଅଞ୍ଚଳରେ ଆତଙ୍କବାଦୀମାନେ ଶୁକ୍ରବାର ସିଆରପିଏଫ କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି। କିଛି ଆତଙ୍କବାଦୀ ଆସି କ୍ୟାମ୍ପ ଉପରକୁ ଗ୍ରେନେଡ୍‌ ମାଡ଼ କରିଛନ୍ତି। ତେବେ ଗ୍ରେନେଡ୍‌ ବିସ୍ଫୋରଣରେ କୌଣସି କ୍ଷତି ହୋଇନାହିଁ।

ସକାଳ ୬ଟା ୪୦ରେ ଆତଙ୍କବାଦୀମାନେ କ୍ୟାମ୍ପ ନିକଟକୁ ଆସି ଗ୍ରେନେଡ୍‌ ମାଡ଼ କରିଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି।

Comments
Loading...