ଅନନ୍ତନାଗରେ ଡେପୁଟି କମିଶନରଙ୍କ କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ, ୧୦ରୁ ଅଧିକ ଆହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଅନନ୍ତନାଗରେ ଶନିବାର ସକାଳେ ଆତଙ୍କବାଦୀ ଆକ୍ରମଣ ଘଟିଛି। ଆତଙ୍କବାଦୀମାନେ ଜିଲା ଡେପୁଟି କମିଶନରଙ୍କ ମୁଖ୍ୟାଳୟ ଉପରେ ଗ୍ରେନେଡ୍‌ ଆକ୍ରମଣ କରିଛନ୍ତି। ମୁଖ୍ୟାଳୟ ବାହାରେ ନିୟୋଜିତ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି। ଏଥିରେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସକାଳେ କିଛି ଆତଙ୍କବାଦୀ କାର୍ଯ୍ୟାଳୟ ବାହାରେ ଗ୍ରେନେଡ୍‌ ଫିଙ୍ଗି ଫେରାର ହୋଇଯାଇଥିଲେ। ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ସ୍ପଷ୍ଟ ହୋଇଥିଲେ ହେଁ କୌଣସି ସଂଗଠନ ଏଥିପାଇଁ ନିଜକୁ ଦାୟୀ କରି ନାହାନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟ ହସ୍ପିଟାଲରେ ଭର୍ତ୍ତି କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରିଦିଆଯିବା ସହିତ  ସର୍ଚ୍ଚ ଅପରେଶନକୁ ଜୋରଦକାର କରାଯାଇଛି।

Comments are closed.