ଜେଏସପିଏଲକୁ ସମ୍ମାନଜନକ ଗ୍ରୀନ୍ ଟେକ୍ ସିଏସଆର ଇଣ୍ଡିଆ ପୁରସ୍କାର

ନୂଆଦିଲ୍ଲୀ : ସିଏସଆର କାର୍ଯ୍ୟକ୍ରମ ଅଧୀନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)କୁ ଗ୍ରୀନ୍ ଟେକ୍ ସିଏସ୍ଆର୍ ଇଣ୍ଡିଆ ୨୦୨୦ ପୁରସ୍କାର ପ୍ରଦାନ କରାଯାଇଛି |  ଗ୍ରୀନ୍ ଟେକ୍ ଫାଉଣ୍ଡେସନ୍ ଦ୍ୱାରା ଅନଲାଇନ ଆୟୋଜିତ ୭ମ ସିଏସଆର ଇଣ୍ଡିଆ ସମ୍ମିଳନୀ ଏବଂ ଏକ୍ସପୋରେ ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା  ଶାଲୁ ଜିନ୍ଦଲ ଏହି ପୁରସ୍କାର ଗ୍ରହଣ କରିଥିଲେ |  ଏହି କାର୍ଯ୍ୟକ୍ରମରେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ର, କେନ୍ଦ୍ର  ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଗ୍ରୀନ୍ ଟେକ୍ ଫାଉଣ୍ଡେସନର ସିଇଓ କେ ଶରଣ ଏବଂ ବିଭିନ୍ନ ଅନୁଷ୍ଠାନର ବରିଷ୍ଠ ସିଏସ୍ଆର୍ କାର୍ଯ୍ୟକର୍ତ୍ତା  ଉପସ୍ଥିତ ଥିଲେ  |

ଜେଏସପିଏଲ ଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଶର ୭୦୦ ରୁ ଉର୍ଦ୍ଧ୍ୱ ଗ୍ରାମରେ କାର୍ଯ୍ୟକ୍ଷମ ବିଭିନ୍ନ କାର୍ଯ୍ୟକ୍ରମର ଅନେକ ରାଉଣ୍ଡ ମୂଲ୍ୟାଙ୍କନ ପରେ ଜେଏସପିଏଲକୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହୋଇଥିଲା  | ଓଡିଶା, ଛତିଶଗଡ ଏବଂ ଝାରଖଣ୍ଡର ସମେତ ଭାରତ ସରକାରଙ୍କର ଆସ୍ପିରେଶନ୍ ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ଜେଏସପିଏଲ ତାର ସିଏସଆର ସଂସ୍ଥା ଜେଏସପିଏଲ ଫାଉଣ୍ଡେସନ ଦ୍ୱାରା ବହୁମୁଖୀ ସ୍ୱାସ୍ଥ୍ୟ ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି |

ଏହି ପୁରସ୍କାର ଗ୍ରହଣ କରି, ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା କହିଛନ୍ତି ଯେ “ଆମର ସମସ୍ତ ସିଏସଆର ପଦକ୍ଷେପ ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ଆଧାରରେ ପରିଚାଳିତ |  ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ଆମେ ପୂର୍ବ ଭାରତର  ତିନୋଟି ରାଜ୍ୟରେ ୨୦ ଲକ୍ଷରୁ ଅଧିକ ଲୋକମାନଙ୍କ ପାଖରେ ପହଂଚିପାରିଛୁ  | ଏହାଦ୍ୱାରା   ସ୍ୱାସ୍ଥ୍ୟ ସେବା ଲୋକମାନଙ୍କ ପାଇଁ ସୁଲଭ ଭାବରେ ଉପଲବ୍ଧ ହୋଇପାରିଛି |  ଏହି ସମ୍ମାନଜନକ ପୁରସ୍କାର ପାଇଁ ଜେଏସପିଏଲକୁ ଚୟନ କରିଥିବାରୁ ସେ ଗ୍ରୀନ୍ ଟେକ୍ ଫାଉଣ୍ଡେସନ୍ ଏବଂ ଜୁରିଙ୍କୁ ଧନ୍ୟବାଦ ଜଣାଇଛନ୍ତି |ଶିଶୁ ତଥା ମାତୃ ମୃତ୍ୟୁହାର କମ କରିବା, ପୁଷ୍ଟିହୀନତା ଦୂରୀକରଣ, କିଶୋର ବାଳିକାମାନଙ୍କ ମଧ୍ୟରେ ରକ୍ତହୀନତା ନିୟନ୍ତ୍ରଣ, ଶାରୀରିକ ଏବଂ ମାନସିକ ସୁସ୍ଥତା ଉପରେ ଜେଏସପିଏଲ ଧ୍ୟାନ ଦେଇଥାଏ  | ଗ୍ରାମାଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ବିଭିନ୍ନ ଗ୍ରାମାଞ୍ଚଳରେ ଟେଲି ମେଡିସିନ୍ ସହାୟତା କେନ୍ଦ୍ର ସହିତ ଛତିଶଗଡରେ ସୁପର ସ୍ପେସିଆଲିଟି ହସ୍ପିଟାଲ୍, ଓପି ଜିନ୍ଦଲ ଫୋର୍ଟିସ୍ ହସ୍ପିଟାଲ୍,ଏସପିଏଲ ପକ୍ଷରୁ ପରିଚାଳନା କରାଯାଉଛି  |

Comments are closed.