ଶବରଣୀବେଡା ଗ୍ରାମରେ ନେହେରୁ ଯୁବ କେନ୍ଦ୍ର ତରଫରୁ ଗ୍ରିନ୍ ଭିଲେଜ୍ ଏବଂ କ୍ଲିନ୍ ଭିଲେଜ୍ କାର୍ଯ୍ୟକ୍ରମ

ପାଟଣା : ସାହାରପଡା ବ୍ଲକ ଶଙ୍ଖୁଆ ପଞ୍ଚାୟତ ଶବରଣୀବେଡା ଗ୍ରାମରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଗ୍ରିନ୍ ଭିଲେଜ୍ ଏବଂ କ୍ଲିନ୍ ଭିଲେଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମା ବାଉଳୀ ସ୍ପୋର୍ଟିଂ ଏଣ୍ଡ କଲଚୁରାଲ୍ କ୍ଲବ ତରଫରୁ କ୍ଲବର ଯୁବକମାନେ ମିଶି ଗ୍ରାମର ବିଭିନ୍ନ ସ୍ଥାନରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ କରିବା ସହିତ ରାସ୍ତା ଦୁଇ ପାର୍ଶ୍ଵରେ ବୃକ୍ଷ ରୋପଣ କରିଥିଲେ। ନେହେରୁ ଯୁବ କେନ୍ଦ୍ରର ସ୍ବେଚ୍ଛାସେବୀ ପଦ୍ମଲୋଚନ ମହାନ୍ତ ଏବଂ ଝରଣା ନାଏକଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସେହିପରି ବଡ଼ବିଲ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଯୁବ କେନ୍ଦ୍ର ପକ୍ଷରୁ ମାସ୍କ ଏବଂ ସାନିଟାଇଜର୍ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବ ସାମ୍ବାଦିକ ତଥା ଓକିଲ ଅରୁଣ କୁମାର ମହାନ୍ତ ଅତିଥି ଭାବରେ ଯୋଗଦେଇ କୋରନାରୁ ଦୂରରେ ରହିବା ଏବଂ ଏହାକୁ କିପରି ରୋକା ଯାଇ ପାରିବ ସେ ବିଷୟରେ ବୁଝେଇଥିଲେ । ରୋଗକୁ ଦୃଷ୍ଟିରେ ରଖି ନିଜକୁ ସୁସ୍ଥ ଏବଂ ସଚେତନ ରଖିବା ପାଇଁ ଲୋକମାନଙ୍କୁ ବୁଝାଇ ଥିଲେ ।

Comments are closed.