ଅଧିକ ଗ୍ରିନ-ଟି ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

0

ଅନେକ ଲୋକ ପତଳା ହେବା ପାଇଁ କିମ୍ବା ଫିଟ ରହିବା ପାଇଁ ଅନେକ କିଛି ଉପାୟକୁ ଆପଣେଇ ଥାଆନ୍ତି। ଏହା ମଧ୍ୟରୁ ଗ୍ରିନ-ଟି ପିଇବା ଏକ ଅଭ୍ୟାସ ଅଟେ। ଗ୍ରିନ-ଟିକୁ ନିୟମିତ ଭାବେ ପିଇଥାଆନ୍ତି। ଲୋକମାନେ ଓଜନ କମାଇବା ପାଇର୍ ଗ୍ରିନ-ଟି ପିଇଥାନ୍ତି। କିନ୍ତୁ ଏକ ଗବେଷଣାରୁ ଜଣା ଯାଇଛି ଯେ, ଗ୍ରିନ-ଟି ପିଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ। ୟୁରୋ ପିୟନ-ଫୁଡ୍‍ ସେଫଟି ଅଥରିଟି (ଇ ଏଫ୍‍ ଏସ୍‍ ଏ) ପକ୍ଷରୁ ଏହି ଗବେଷଣା କରାଯାଇଛି। ସେହି ଗବେଷଣା ସ୍ପଷ୍ଟ ହୋଇଛି ଯେ, ଅଧିକ ମାତ୍ରାରେ ଗ୍ରିନ-ଟି ପିଇବା ଦ୍ୱାରା ଯକୃତ କ୍ଷତିଗ୍ରସ୍ତ ହୋଇପାରେ। ଦିନକୁ ଗୋଟେ ଥରରୁ ଅଧିକ ଗ୍ରିନ-ଟି ପିଇବା ଅନୁଚିତ ବୋଲି ଗବେଷଣାରୁ କୁହାଯାଇଛି।
ବ୍ରୁ ଅଡ୍‍ ଟି ବା ଇନଷ୍ଟଟ ଟି ଡ୍ରିଙ୍କସକୁ ଶରୀର ପାଇଁ ଉତ୍ତମ ହୋଲି କୁହାଯାଏ। କାରଣ ଗ୍ରିନ-ଟିରେ ପ୍ରାକୃତିକ ରୂପରେ ଥିବା ଆଣ୍ଟି ଅକ୍ସିଡାଣ୍ଟର ମାତ୍ରା କମ ପରିମାଣରେ ରହିଥାଏ। କିନ୍ତୁ ଏହି ଆଣ୍ଟି ଅକ୍ସିଡାଣ୍ଟ ଅଧିକ ପରିମାଣରେ ସେବନ କଲେ ତାହା ଶରୀର ପାଇଁ କ୍ଷତିକାକ ହୋଇଥାଏ। ଏହି କାରଣରୁ ଗ୍ରିନ-ଟିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଯକୃତକୁ କ୍ଷତି ପହଞ୍ଚାଇଥାଏ। ଗବେଷକମାନଙ୍କ କହିବା ଅନୁଯାୟୀ, ଦୈନିକ ୮୦୦ ମିଲିଗ୍ରାମ ବା ତା’ ଠାରୁ ଅଧିକ ଗ୍ରିନ-ଟି ପିଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇପାରେ।

Leave A Reply