ତ୍ବଚାର ସୁରକ୍ଷା କରିବ ଗ୍ରୀନ୍-ଟି

ନିୟମିତ ଗ୍ରୀନ୍-ଟି ପିଇବା ତ୍ବଚା ଓ ସ୍ବାସ୍ଥ୍ୟ ନିମନ୍ତେ ଖୁବ୍ ଉପକାରୀ। ଏହି ଗ୍ରୀନ୍-ଟିକୁ ପ୍ୟାକ୍ ଭାବେ ନିୟମିତ ତ୍ବଚାରେ ଲଗାଇଲେ ଲାଭ ମିଳିଥାଏ ବୋଲି ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତ।

–  ରଙ୍ଗ ସଫା ପାଇଁ ୧ ଛୋଟ ଚାମଚ ହଳଦୀ ଗୁଣ୍ଡ, ୨ଚାମଚ ଗ୍ରୀନ୍ ଟି, ୧ ଚାମଚ ମହୁ, ୧ ଚାମଚ କମଳା ଚୋପା ଗୁଣ୍ଡକୁ    ଭଲଭାବେ ମିଶାଇ ତ୍ବଚାରେ ଲଗାଇବେ। ୧୫-୨୦ ମିନିଟ୍ ପାଇଁ ପ୍ୟାକ୍‌‌କୁ ତ୍ବଚାରେ ଲଗାଇ ପରେ ଧୋଇନେବେ। ସପ୍ତାହରେ ଥରେ କିମ୍ବା ଦୁଇଥର ପ୍ୟାକ୍ ଲଗାଇଲେ ଲାଭ ମିଳେ।
– ଗ୍ରୀନ୍ ଟିରେ ଚାଉଳ ଗୁଣ୍ଡ ଓ ଗୋଲାପ ଜଳ ମିଶାଇ ପ୍ୟାକ୍ ପ୍ରସ୍ତୁତ କରିବେ। ତ୍ବଚାରେ ଲଗାଇ କିଛି ସମୟ ପରେ ଉଷୁମ ପାଣିରେ ଧୋଇେନବେ। ବ୍ରଣ ହେଉଥିଲେ କମିବା ସହ ତ୍ବଚାରୁ ସମସ୍ତ ଦାଗ ମଧ୍ୟ ଏହି ପ୍ୟାକ୍ ଜରିଆରେ ଦୂର ହେଉଥିବାର ଜଣାପଡ଼ିିଛି।
– ଲେମ୍ବୁ ଓ ଗ୍ରୀନ୍ ଟି ପ୍ୟାକ୍‌କୁ ତ୍ବଚାରେ ଲଗାଇ ୩୦ ମିନିଟ୍ ପରେ ଥଣ୍ଡା ପାଣିରେ ତ୍ବଚା ଧୋଇଲେ ସନ୍-ଟ୍ୟାନ୍ ଦୂର ହୋଇଥାଏ।

Comments are closed.