ରୋଗ ଦୂର କରିବ ସବୁଜ ବନାନୀ

0

ଅଧିକାଂଶ ଲୋକଙ୍କୁ ରୋଗ ହେଲେ ଇଛା ନଥିଲେ ମଧ୍ୟ ସେମାନେ ଔଷଧର ସାହାରା ନେଇଥା’ନ୍ତି। ହେଲେ ବର୍ତ୍ତମାନ ଆପଣଙ୍କୁ ଛୋଟ ଛୋଟ ରୋଗ ପାଇଁ ଔଷଧ ଖାଇବାକୁ ପଡ଼ିବ ନାହିଁ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣା ପଡ଼ିଛି, ରୋଗହେଲେ ଔଷଧ ଖାଇବା ପରିବର୍ତ୍ତେ ସବୁଜମୟ ପରିବେଶରେ ରହିବା ଦ୍ୱାରା ଶରୀରକୁ ବହୁତ ଲାଭ ମିଳିଥାଏ। ଗବେଷଣାର ରିପୋର୍ଟ ଅନୁସାରେ, ପ୍ରକୃତି ଓ ସବୁଜମୟ ସ୍ଥାନରେ ରହିବା ଦ୍ୱାରା ଟାଇପ୍‍-୨ ଡାଇବେଟିସ୍‍, ହୃଦ୍‍ରୋଗ, ଉଚ୍ଚ ରକ୍ତଚାପ ଆଦି ରୋଗ ହେବାର ସମ୍ଭାବନା କମ୍‍ ଥାଏ। ଗବେଷକ ମାନେ କୁହନ୍ତି, ସାଧାରଣତଃ ରୋଗ ହେବା ଦ୍ୱାରା ଆମେ ବିଭିନ୍ନ ପ୍ରକାର ଔଷଧ ଖାଇଥାଉ। ହେଲେ ପ୍ରାକୃତିକ ପରିବେଶରେ ରହି ବିନା ଔଷଧରେ ମଧ୍ୟ ରୋଗକୁ ଦୂର କରାଯାଇ ପାରିବ। ସେମାନଙ୍କ ମତ ଅନୁସାରେ ଗଛ ମାନଙ୍କରେ ଶରୀରକୁ ସୁସ୍ଥ କରିବାର ଗୁଣ ଭରପୁର ହୋଇ ରହିଛି। ଏମାନଙ୍କ ଠାରୁ ନିର୍ଗତ ଅର୍ଗାନିକ୍‍ କମ୍ପାଉଣ୍ଡ୍‍ ରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଥାଏ ଯାହା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ‘ଏନ୍‍ଭାୟର୍ନମେଣ୍ଟ ରିସର୍ଚ୍ଚ’ ପୁସ୍ତକରେ ପ୍ରକାଶିତ ଏହି ଗବେଷଣାରେ୨୦ ଟି ଦେଶର ପ୍ରାୟ ୨୯୦ ନିୟୁତରୁ ଊର୍ଦ୍ଧ୍ବ ଲୋକ ସାମିଲ ହୋଇଥିଲେ। ଗବେଷଣାର ରିପୋର୍ଟରେ କୁହାଯାଇଛି ଯେ, ପ୍ରକୃତିର ନିକଟତର ହୋଇ ରହିଲେ ନିଦ୍ରା ଭଲ ହୋଇଥାଏ। ସବୁଜମୟ ପରିବେଶ ଆଖପାଖରେ ରହିବା ଦ୍ୱାରା ଶରୀରରେ ସେଲିୱରୀ କୋର୍ଟିସୋଲର ସ୍ତର କମି ଯାଇଥାଏ। କୋର୍ଟିସୋଲ ଶରୀରରେ ଥିବା ଏକ ହର୍ମୋନ୍‍ ଯାହା ଦ୍ୱାରା ମାନସିକ ଉତ୍ତେଜନା ହୋଇଥାଏ ଓ ଏହାଦ୍ୱାରା ବହୁତ ରୋଗ ମଧ୍ୟ ସୃଷ୍ଟି ହୋଇଥାଏ।

Leave A Reply