ରକ୍ତଚାପ,କର୍କଟ ଭଳି ଅନେକ ରୋଗରୁ ଶରୀରକୁ ଦୂରେଇ ରଖେ କଞ୍ଚାଲଙ୍କା

କଞ୍ଚାଲଙ୍କା ଏପରି ଏକ ପରିବା ଯାହା ବିନା ଭୋଜନ ସମ୍ପୂର୍ଣ୍ଣ ଲାଗିନଥାଏ। ଅନେକ କଞ୍ଚାଲଙ୍କାକୁ ପ୍ରତ୍ୟେକ ଖାଦ୍ୟ ସହ ଖାଇବାକୁ ପସନ୍ଦ କରିଥାଆନ୍ତି। ସେହିପରି ଭାରତୀୟ ପ୍ରତ୍ୟେକ ବ୍ୟଞ୍ଜନ ପ୍ରସ୍ତୁତିରେ କଞ୍ଚାଲଙ୍କାକୁ କଦାପି ଭୁଲନ୍ତି ନାହିଁ। ମାତ୍ର ଅଧିକାଂଶ ଲୋକେ ଏହାର ସ୍ୱାସ୍ଥ୍ୟ ଉପକାରୀ ଗୁଣ ବିଷୟରେ ଜାଣିନଥିବେ। ତରକାରୀ ଓ ଡାଲି ସହ ସାଲାଡରେ ମଧ୍ୟ ଏହାର ବ୍ୟବହାର କରନ୍ତି। ଖାଇବା ସମୟରେ ଅନେକ ୨ ରୁ ୩ଟି କଞ୍ଚାଲଙ୍କା ଖାଇବାକୁ ପସନ୍ଦ କରିଥାଆନ୍ତି। ଏହାକୁ କେଉଁ ଉପାୟରେ ସେବନ କଲେ ଲାଭ ମିଳେ ଜାଣନ୍ତୁ..
କଞ୍ଚାଲଙ୍କାରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏଥିରେ ଭିଟାମିନ୍‌‌ ଏ, ଭିଟାମିନ୍‌‌ ବି୬, ଭିଟାମିନ ସି, ଆଇରନ, ପୋଟାସିୟମ, ପ୍ରୋଟିନ୍‌‌ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି।
ମୋଟାପଣ କାରଣରୁ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ମାତ୍ର କଞ୍ଚା ଲଙ୍କା ସେବନ ଦ୍ୱାରା ମୋଟାପଣ ହ୍ରାସ ହୋଇଥାଏ।
ଆଖିକୁ ସୁସ୍ଥ ରଖିବା ପାଇଁ ମଧ୍ୟ କଞ୍ଚାଲଙ୍କା ବେଶ ଉପକାରୀ। କଞ୍ଚାଲଙ୍କାରେ ଥିବା ଏକ ପ୍ରକାର ପୋଷକ ତତ୍ତ୍ୱ ଆଖିକୁ ସୁସ୍ଥ ରଖିବା ସହ ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଛି।
କଞ୍ଚାଲଙ୍କା କର୍କଟ ଭଳି ମାରାତ୍ମକ ରୋଗକୁ ଶରୀର ଠାରୁ ଦୂରେଇ ରଖିବାରେ ସହାୟକ ହୋଇଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହା ଶରୀର ଭିତରୁ ଅପରିଷ୍କାର ଜିନିଷ ନିର୍ଗତ କରିଥାଏ।
ହୃଦୟକୁ ସୁସ୍ଥ ରଖିବା ପାଇଁ ମଧ୍ୟ କଞ୍ଚା ବେଶ ଉପକାରୀ। ଏହା ହୃଦୟ ଜନିତ ସମସ୍ୟା ଦୂର କରିବା ସହ ସୁରକ୍ଷିତ ରଖିଥାଏ।
ଭିଟାମିନ ସିରେ ଭରପୁର କଞ୍ଚାଲଙ୍କା ତ୍ୱଚା ପାଇଁ ମଧ୍ୟ ବେଶ ଲାଭଦାୟକ। ଏହା ତ୍ୱଚାକୁ ସୁସ୍ଥ ରଖିଥାଏ। ତ୍ୱଚାରେ କୁଞ୍ଚନ ଆସିବାକୁ ଦେଇନଥାଏ। ତ୍ୱଚା ଯୁବା ଓ ସୁନ୍ଦର ଦେଖାଯାଏ।
ପାଚନ କ୍ରିୟାକୁ ସୁଚାରୁ ରୂପେ କରିବା ପାଇଁ ମଧ୍ୟ କଞ୍ଚାଲଙ୍କାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କଞ୍ଚାଲଙ୍କା ସେବନ ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।
ଥଣ୍ଡା ସମୟରେ କଞ୍ଚାଲଙ୍କା ସେବନ ଦ୍ୱାରା ଥଣ୍ଡା ଶୀଘ୍ର ଭଲ ହୋଇଥାଏ।
ଉଚ୍ଚ ରକ୍ତଚାପ, ହୃଦୟ ଜନିତ ସମସ୍ୟା ସହ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସୃଷ୍ଟି କରିଥାଏ। କଞ୍ଚାଲଙ୍କାରେ ଥିବା ପୋଷକ ତତ୍ତ୍ୱ ରକ୍ତଚାପକୁ କମ୍‌‌ କରିବା ସହ ଏହାକୁ ନିୟନ୍ତ୍ରଣରେ ରଖିଥାଏ।
ଅଧ୍ୟୟନ ଅନୁଯାୟୀ, ନିୟମିତ ୫୦ ଗ୍ରାମରୁ ଅଧିକ କଞ୍ଚା ଲଙ୍କା ଖାଇବା ଉଚିତ ନୁହେଁ।
ଅଧିକ କଞ୍ଚାଲଙ୍କା ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି ହେବା ସହ ପେଟରେ ଜଳାପୋଡା, ଯନ୍ତ୍ରଣା ଆଦି ହୋଇଥାଏ।
ଏହାର ଅଧିକ ମାତ୍ରାରେ ସେବନ ଦ୍ୱାରା ଏସିଡିଟି ସମସ୍ୟା ସୃଷ୍ଟି ହୋଇଥାଏ।

 

Comments are closed.