ଏସକେ ଡିଏଭି ପଲିଟେକନିକ ଶିକ୍ଷାର୍ଥୀଙ୍କ ସୃଜନଶୀଳତା, ବିନା ଇନ୍ଧନରେ ଚାଲିବ ଘାସ କଟା ମେସିନ

ରାଉରକେଲା : ଏସ.କେ. ଡିଏଭି ପଲିଟେକନିକର ମେକାନିକାଲ ବିଭାଗର ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିଭାଗୀୟ ଅଧ୍ୟାପିକା ରୀନା ରାୟ ଓ ଅଧ୍ୟାପକ ଆଶୁତୋଷ ମହାନ୍ତିଙ୍କ ମାର୍ଗ ଦର୍ଶନରେ ଏହି ୧୦ଜଣ ଛାତ୍ରଛାତ୍ରୀ ପ୍ରସ୍ତୁତ କରିଛନ୍ତି ଏହି ଘାସକଟା ମାନୁଆଲ ମେସିନ। ଏହି ଛାତ୍ରଛାତ୍ରୀ ହେଲେ ଜିତେନ୍ଦ୍ର ମାହାତୋ, ବି.ଜଗଦୀଶ ପରିଡ଼ା, ଅମିତ ସୋରେଙ୍ଗ, ସନ୍ତୋଷ ଓରାମ, ନିଖିଳେଶ ସୋରେଙ୍ଗ, ମହେଶ୍ୱର ମାଝି, ଆକାଶ ସମାଦ, କୁନ ରାୟ, ମନସା ମାଝି, ଜି. ନଗମା ରେଡ୍ଡୀ। ଷ୍ଟିଅରିଂ ମେକାନିଜମକୁ ଏଥିରେ ଗୁରୁତ୍ୱ ଦିଆଯାଇଛି। ୪ଟି ଚକ ବିଶିଷ୍ଟ ଏହି ଗାଡ଼ିରେ ଜଣେ ଆରାମରେ ବସି ଷ୍ଟିଅରିଂ ଧରି ବିନା ଇନ୍ଧନରେ ପେଡେଲ ମାରି ଏହି ଗାଡ଼ି ବ୍ୟବହାର କରିବ ଓ ଘାସ କଟା କାର୍ଯ୍ୟକୁ ସହଜରେ କରି ପାରିବ। ଭଙ୍ଗା ସାଇକେଲ, ଲୁହା ରଡ଼ ଆଦି ବିଭିନ୍ନ ଅବ୍ୟବହୃତ ଉପକରଣରୁ ଏହି ମେସିନ ପ୍ରସ୍ତୁତ କରାଯାଇଛି। ବିଶେଷ କିଛି ଖର୍ଚ୍ଚ ନକରି ଏବଂ ବିନା ଇନ୍ଧନରେ ସ୍ୱଦେଶୀ ଜ୍ଞାନ କୌଶଳକୁ ଏଥିରେ ଉପଯୋଗ କରାଯାଇଛି। ଶିକ୍ଷକଙ୍କ ମାର୍ଗଦର୍ଶନରେ ଛାତ୍ରଛାତ୍ରୀଙ୍କ ଏହି ସୃଜନଶୀଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ସାହ ସୃଷ୍ଟି କରିଛି।

Comments are closed.